ଅପରାଧ

୪ ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଗଲେ ନିଲମ୍ବିତ ଗର୍ଭପାତକାରୀ ଆଇଆଇସି

ରାଉରକେଲା: ନାବାଳିକା ଦୁଷ୍କର୍ମ ଏବଂ ଗର୍ଭପାତ ଘଟଣାରେ ନିଲମ୍ବିତ ଅଭିଯୁକ୍ତ ଆଇଆଇସି ଆନନ୍ଦ ମାଝୀଙ୍କୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେଇଛି । କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । କୋର୍ଟ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ।
ବୁଧବାର କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ଅନୁଗୋଳ ଜଙ୍ଗଲରୁ ଆଇଆଇସିଙ୍କୁ ଗିରଫ କରିଥିଲା । ଗୁରୁବାର ରାଉରକେଲା ଏସପିଙ୍କ କାର୍ୟ୍ୟାଳୟରେ ମାରାଥନ ଜେରା କରାଯାଇଥିଲା । ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ତାଙ୍କ ଡାକ୍ତରୀ ଯାଞ୍ଚ ହୋଇଥିଲା । ରାଉରକେଲା କୋଭିଡ୍ ହସ୍ପିଟାଲରେ କୋଭିଡ୍ ପରୀକ୍ଷା ପାଇଁ ସ୍ବାବ୍ ନମୁନା ଦେବା ପରେ ସୁନ୍ଦରଗଡ ପକ୍ସୋ ଅଦାଲତରେ ରାତି ପ୍ରାୟ ୮ଟାରେ କ୍ରାଇମବ୍ରାଞ୍ଚ ତାଙ୍କୁ ହାଜର କରିଥିଲା। ବିଚାରପତିଙ୍କ ନିର୍ଦେ୍ଦଶରେ ପୁନର୍ବାର ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା । ୭ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ଆସନ୍ତା ୬ ତାରିଖରେ ସୁନ୍ଦରଗଡ ପକ୍ସୋ କୋର୍ଟରେ ପୁନର୍ବାର ମାଝୀଙ୍କୁ ହାଜର କରାଯିବ ।

Related posts

ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

mahabharatanews

ବନବିଭାଗ ଟାର୍ଗେଟରେ ବେଆଇନ କରତକଳ

mahabharatanews

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

mahabharatanews