ଅପରାଧ

ଏନକାଉଣ୍ଟର କରିବାକୁ ଯାଇ ୮ ପୁଲିସ କର୍ମଚାରୀ ସହିଦ

 କାନପୁର: କାନପୁରରେ ୮ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଉତ୍ତର ପ୍ରଦେଶ ପୁଲିସର ମୋଷ୍ଟ ଓ୍ାଣ୍ଟେଡ ଅପରାଧି ବିକାଶ ଦୁବେର ଏନକାଉଣ୍ଟର ପାଇଁ ଯାଇଥିବା ପୁଲିସବଳ ଉପରେ ଭାରି ପଡିଲା ବିକାଶ । ଗତକାଲି ରାତି ୧ଟାରେ ବିକାଶକୁ ଧରିବାକୁ କାନପୁର ବିକ୍ରୁ ଗାଁରେ ବିକାଶ ଲୁଚିଥିବା ଖବର ପାଇ ପୁଲିସ ଡିସିପି ଦେବେନ୍ଦ୍ର ମିଶ୍ରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଗାଁ ଉପରେ ଚଢାଉ କରିବା ସମୟରେ ବିକାଶର ଘର ଆଗରେ ରାସ୍ତା ମଝିରେ ଏକ ଜେସିବି ମେସିନ ରହିଥିଲା । କିଛି ପୁଲିସ କର୍ମଚାରୀ ଜେସିବିକୁ ସେଠାରୁ ହଟାଇବାକୁ ଯିବା ସମୟରେ ପୂର୍ବରୁ ବିକାଶର ଛାତରେ ଲୁଚି ରହିଥିବା ବିକାଶ ଓ ତାର ସହଯୋଗୀ ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ୮ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି, ସେମାନଙ୍କ ମଧ୍ୟରେ କିଛି ଅଧିକାରୀ ମଧ୍ୟ ରହିଛନ୍ତି । କାନପୁର ଡିଏସପି ଦେବେନ୍ଦ୍ର ମିଶ୍ର, ଏସଓ ଶିବରାଜପୁର ମହେଶ ଯାଦବ, ଜଣେ ସବ ଇନସପେକ୍ଟର ଏବଂ ୫ ଜଣ କନେଷ୍ଟବଳ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଅପରାଧିମାନେ ଏହି ନରସଂହାର କରିବା ପରେ ପୁଲିସ କର୍ମଚାରୀଙ୍କ ଠାରୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଛନ୍ତି । ବିକାଶ ଜଣେ କୁଖ୍ୟାତ ଅପରାଧି । ତାର ନାମରେ ୭୦ରୁ ଅଧିକ ମାମଲା ରହିଛି । ନିଜର ସୁରକ୍ଷା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ଟିମି ଗଠନ କରିଥିବା ସୂଚନା ରହିଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଡିଜିପି ଏଚସି ଅଓ୍ୱସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜନାଥ ସିଂହଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତାଙ୍କ ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ମଧ୍ୟ ବିକାଶ ହତ୍ୟାକରିଥିଲା ।

Related posts

ଜାଗା ବାଡିକୁ ନେଇ ଗଣ୍ଡଗୋଳ,୪ ଆହତ ଜଣେ ଗୁରୁତର

mahabharatanews

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

mahabharatanews

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews