Uncategorized

ହଂକଂ ପ୍ରସଙ୍ଗ: ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାରେ ବିଧେୟକକୁ ମଞ୍ଜୁରୀ

ୱାସିଂଟନ: ହଂକଂରେ ଚୀନ ଓ ଆମେରିକା ମୁହାଁମୁହିଁ ହେବା ପରି ସ୍ଥିତି ସୃଷ୍ଟି ହୋଇଛି । ହଂକଂରେ ଚୀନର ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ନେଇ ଆମେରିକା ହସ୍ତକ୍ଷେପ କରିଛି। ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଯୋଜନା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆମେରିକା ସଂସଦରେ ଏକ ବିଧେୟକ ପାରିତ ହୋଇଛି। ଚୀନ ହଂକଂରେ ବିଚ୍ଛିନ୍ନତାବାଦୀ କାର୍ୟ୍ୟକଳାପରେ ସାମିଲ ଲୋକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବା ଲାଗି ବିବାଦୀୟ ଆଇନ ଲାଗୁ କରିଛି।
ଗୁରୁବାର ଆମେରିକା ସିନେଟରେ ଏହି ବିଧେୟକକୁ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ବିଧେୟକକୁ ହ୍ବାଇଟ୍‌ହାଉସକୁ ପଠାଯିବ। ତେବେ ଏହି ବିଧେୟକକୁ ନେଇ ଚୀନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି, ବିଦେଶୀ ଶକ୍ତିର କୌଣସି ଚାପ ଚୀନର ସଙ୍କଳ୍ପ ଏବଂ ରାଷ୍ଟ୍ରୀୟ ସର୍ବଭୌମତ୍ଵ ତଥା ହଂକଂର ସମୃଦ୍ଧି ଏବଂ ସ୍ଥିରତାର ରକ୍ଷା କରିବାର ଇଚ୍ଛା ଶକ୍ତିକୁ ଦୋହଲାଇ ପାରିବ ନାହିଁ। ଏହା ସହିତ ଆମେରିକା ହଂକଂ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି । ଏହି ବିଧେୟକ ଅଧୀନରେ ହଂକଂରେ ବିକ୍ଷୋଭକାରୀ ଓ ସେଠାକାର ଲୋକଙ୍କ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଥିବା ପୁଲିସ ଅଧିକାରୀ, ସମସ୍ତ ଗୋଷ୍ଠୀଙ୍କ ଉପରେ ପ୍ରତିବନ୍ଧକ ଲଗାଯିବ । , ଏହି ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନକୁ ଲାଗୁ କରିଥିବା ଚୀନର କମ୍ୟୁନିଷ୍ଟ ପାର୍ଟିର ଅଧିକାରୀମାନଙ୍କ ଉପରେ ବି ପ୍ରତିବନ୍ଧକ ଲାଗିବ।

Related posts

ସମୁଦ୍ର ସେତୁ: ମାଳଦ୍ୱୀପରୁ ଆସିଲେ ୬୯୮ ପ୍ରବାସୀ

mahabharatanews

ବଜିରଗଞ୍ଜ କୋର୍ଟରେ ବିସ୍ଫୋରଣ, ଏକାଧିକ ଓକିଲ ଆହତ

mahabharatanews

କଶାବକୁ ଧରିଥିବା ୧୪ ପୁଲିସଙ୍କୁ ପଦୋନ୍ନତି

mahabharatanews