ଓଡିଶା

ଭୁବନେଶ୍ୱରରୁ ବାହାରିଲେ ଆଉ ୨୪ କରୋନା ରୋଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯ରେ ପହଞ୍ଚିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ବାକି ୪ ଜଣ ସ୍ଥାନୀୟ ରହିଛନ୍ତି । ଭୁବନେଶ୍ୱରରେ ୩୬୯ଙ୍କ ମଧ୍ୟରୁ ୨୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୮ ଜଣ ଚିକିତ୍ସିତ ହେଉଛନ୍ତି ଓ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଏୟାରପୋର୍ଟ କଲୋନୀରୁ ଜଣେ ୨୮ବର୍ଷୀୟ ଯୁବକ, ଖଣ୍ଡଗିରି ନିକଟସ୍ଥ କୋଳଥିଆର ପିପିଏଲ କଲୋନୀରୁ ଜଣେ ୩୭ବର୍ଷୀୟ ପୁରୁଷ, ସାଲିଆ ସାହିର ଶ୍ରୀକ୍ରିଷ୍ଣ ନଗରରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ୨ଜଣ(୩୮ ବର୍ଷୀୟ ପୁରୁଷ, ୪୦ ବର୍ଷୀୟ ପୁରୁଷ), ଅନ୍ୟ ଜିଲ୍ଲାରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିବା ୨ଜଣ(୪୨ ବର୍ଷୀୟ ପୁରୁଷ,୧୮ ବର୍ଷୀୟ ପୁରୁଷ), ଶୈଳଶ୍ରୀ ବିହାରର ଫେଜ୍-୭ରୁ ଜଣେ ୨୮ ବର୍ଷୀୟା ମହିଳା, ବରମୁଣ୍ଡା ହାଉସିଂବୋର୍ଡ କ‌ଲୋନୀରୁ ଜଣେ ୪୦ବର୍ଷୀୟା ମହିଳା, ମଞ୍ଚେଶ୍ବରରୁ ୯ଜଣ(୨୦,୪୪,୨୨,୪୧, ୨୪,୨୨, ୪୩, ୨୯,୨୭ ସମସ୍ତେ ପୁରୁଷ), ନୟାପଲ୍ଲୀର ବାଲତୋଟାସାହିରୁ ଜଣେ ୨୬ ବର୍ଷୀୟ ଯୁବକ ଥିବା ବେଳେ ଜଣେ ୩୮ବର୍ଷୀୟ ଯୁବକ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଜଣେ ୨୦ବର୍ଷୀୟ ରେଳ କର୍ମଚାରୀ ଥିବା ଜଣାପଡ଼ିଛି । ସେହିଭଳି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୪ଜଣଙ୍କ ମଧ୍ୟରେ ୩ଜଣ ଘରୋଇ ଡାକ୍ତରଖାନାର କର୍ମଚାରୀ ଥିବା ବେଳେ ଜଣେ ଖଣ୍ଡଗିରି ଅଞ୍ଚଳର ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ଏୟାରପୋର୍ଟ କଲୋନୀ, ଖଣ୍ଡଗିରି ନିକଟସ୍ଥ କୋଳଥିଆର ପିପିଏଲ କଲୋନୀ, ସଙ୍ଗରୋଧ କେନ୍ଦ୍ର, ଶୈଳଶ୍ରୀ ବିହାରର ଫେଜ୍-୭, ବରମୁଣ୍ଡା ହାଉସିଂବୋର୍ଡ କ‌ଲୋନୀ, ମଞ୍ଚେଶ୍ବର, ନୟାପଲ୍ଲୀର ବାଲତୋଟାସାହିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପୂର୍ବ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ରେଳ କର୍ମଚାରୀ ଦିଲ୍ଲୀରୁ ଫେରିଥିଲେ ବୋଲି ଜଣାପଡ଼ିଛି ।

Related posts

ଯାଜପୁର ନଗଡ଼ା ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ

mahabharatanews

୫ ହଜାର ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

mahabharatanews

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews