ଓଡିଶା

ପୋଖରୀରେ ବୁଡି ୪ ବର୍ଷର ଶିଶୁ ମୃତ

(ବିଜୟ କୁମାର କାରୁଆ/ପାଟଣା): ପାଟଣା ଥାନା ସାହାରପଡା ବ୍ଲକ ଖଡ଼ିକାପଦା ପଞ୍ଚାୟତ ଅନ୍ତର୍ଗତ ଗୟଳକୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଚାରି ବର୍ଷର ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଶିଶୁ ଏହି ଗାଁର ଡେବେରା ମୁଣ୍ଡାଙ୍କ ପୁଅ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ଶିଶୁଟି ତା ମାଆଙ୍କ ସହ ବିଲକୁ ଯାଇଥିଲା । ମାଆ ବିଲରେ ଧାନତଳି ଲଗାଉଥିବା ସମୟରେ ଶିଶୁଟି ପାଖ ପୋଖରୀ ନିକଟକୁ ଚାଲି ଯାଇଥିଲା । କୌଣସି କାରଣରୁ ପାଣିରେ ବୁଡି ଯାଇ ସେଠାରେ ତା’ର ମୃତ୍ୟୁ ଘଟିଥିଲା । ଖବର ପାଇ ସାହରପଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଶିଶୁ କୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

 

Related posts

ଲଘୁଚାପ: ଓଡ଼ିଶା ଉପରେ ପ୍ରଭାବ ନାହିଁ, କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

mahabharatanews

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

୨୦ରୁ ୨୨ ବର୍ଷିବ ପ୍ରବଳ

mahabharatanews