Uncategorized

୭୬ ବର୍ଷରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ଦେହାନ୍ତ

ମୁମ୍ବଇ: ବଲିଉଡ୍‌ ଚଳଚ୍ଚିତ୍ର ଜଗତକୁ ଆଉ ଏକ ଝଟକା ମିଳିଛି । ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶା ଶାହଙ୍କର ୭୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ମଙ୍ଗଳବାର ପୂର୍ବାହ୍ନ ୬ଟାରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।
ହରିଶ ବିଗତ ୪୦ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସକ୍ରିୟ ରହିଥିଲେ। ‘ଧନ ଦୌଲତ’, ‘ଜାଲ୍‌- ଦ ଟ୍ରାପ’ ‘ମେରେ ଜୀବନ ସାଥୀ’, ‘କାଲା ସୋନା’, ‘ରାମ ତେରେ କିତ୍‌ନେ ନାମ୍‌’, ‘ଜଲ୍‌ଜଲା’, ଭଳି ବହୁ ଲୋକପ୍ରିୟ ଚଳଚ୍ଚିତ୍ର ହରିଶ ଦର୍ଶକଙ୍କୁ ଭେଟି ଦେଇଥିଲେ। ସେ କ୍ୟାନ୍‌ସର ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହାର ନାଁ ହେଉଛି ‘ହ୍ବାୟ ମି’। ଏହି ଚଳଚ୍ଚିତ୍ରଟି ରାଷ୍ଟ୍ରପତି ପୁରସ୍କାର ପାଇଥିଲା।

Related posts

ଏହି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ରୂପା ମୁଦି

mahabharatanews

ଲକଡାଉନର ୯ ମାସରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ: ୟୁନିସେଫ୍

mahabharatanews

ଜାଫରାବାଦରେ ସିଏଏ ହିଂସା

mahabharatanews