ଓଡିଶା

ତୁରନ୍ତ ଋଣ ଶୁଝିବାକୁ ଏସଏଚଜି ଗ୍ରୁପ ମହିଳାଙ୍କୁ ଫାଇନାନ୍ସ କମ୍ପାନୀର ଧମକ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୭୬ ଗାଁରେ ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇଥିବା ଏସଏଚଜି ଗ୍ରୁପର ମହିଳାମାନେ ଏବେ ହନ୍ତସନ୍ତ ହେଉଛନ୍ତି । ଲକଡାଉନ ପୂର୍ବରୁ କମ୍ପାନୀ ଋଣ ଯୋଗାଇଥିବା ବେଳେ ଏବେ ଟଙ୍କା ଶୁଝିବାକୁ କହୁଛିି । ଋଣ ସୁଝିବା ପାଇଁ ଘର, ଜମି ବିକ୍ରି କରିଦେବାକୁ କମ୍ପାନୀ ଏଜେଣ୍ଟମାନେ ଚାପ ପକାଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗାଁର ମହିଳାମାନେ ଏସଏଚଜି ଗ୍ରୁପ ଜରିଆରେ ଭାରତ ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇଥିଲେ । ପରେ ଏହାକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଥିଲେ । ତେବେ ଲକଡାଉନ ସରି ଏବେ ଅନଲକ-୨ ଚାଲିଥିବା ବେଳେ କମ୍ପାନୀ ସେମାନଙ୍କୁ ଦେଇଥିବା ଋଣ ଶୁଝିବାକୁ ବାଧ୍ୟ କରୁଛି । କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସି ନଥିବାରୁ ମହିଳାମାନେ ଟଙ୍କା ସୁଝିବାରେ ବିଳମ୍ବ ହେଉଥିବାରୁ ଋଣ ଶୁଝିବାର ସମୟସୀମା ବଢାଇବାକୁ କହିଥିଲେ । କିନ୍ତୁ କମ୍ପାନୀ ଏଜେଣ୍ଟମାନେ କିଛି ନଶୁଣି ଗାଁକୁ ଆସି ମହିଳାମାନଙ୍କୁ ଗାଳିଗୁଲଜ କରୁଛନ୍ତି । ତେବେ ମହାମାରୀ ସମୟରେ କୌଣସି ଫାଇନାନ୍ସ କମ୍ପାନୀ ଅର୍ଥ ଆଦାୟ କରିପାରିବେ ନାହିଁ ବୋଲି ସରକାର ନିୟମ କରିଥିଲେ ବି ଏହାକୁ ମାନୁନଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପ୍ରତି କମ୍ପାନୀର ଏଭଳି ବ୍ୟବହାର ପ୍ରଦର୍ଶନକୁ ଏମଭି-୭୬ ଗ୍ରାମବାସୀମାନେ ନିନ୍ଦା କରିଛନ୍ତି ।

Related posts

ଜାତୀୟ ଶିକ୍ଷା ନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଆର୍ୟ୍ୟମାନଙ୍କ ସଫଳତା

mahabharatanews

କ୍ଳବ ସତ୍ୟବାଦୀ ପକ୍ଷରୁ ବୁଲା କୁକୁର, ଗାଈଗୋରୁଙ୍କ ଖାଦ୍ୟ ବଣ୍ଟନ

mahabharatanews