ଓଡିଶା

ଓଡିଶା ସାହିତ୍ୟ ଏକାଡେମୀ ପାଇଁ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ଉପନ୍ୟାସ ବିଭାଗରେ ୨୦୧୫ ବର୍ଷ ପାଇଁ ନିତ୍ୟାନନ୍ଦ ପଣ୍ଡାଙ୍କ ‘ଗୋଟିଏ ଯୋଡି ଗାଁର କାହାଣୀ’ ପୁରସ୍କାର ପ।।ଇଁ ମନୋନୀତ କରାଯାଇଛି । ସେହିପରି କ୍ଷୁଦ୍ରଗଳ୍ପ ବିଭାଗରେ ‘ଉପରମୁହାଁ’ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତାରେ ‘ଗୋଧୂଳି ଗୀତ’ ପାଇଁ ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ ‘ପଞ୍ଚମାୟା’ ଏବଂ ନବୀନ କୁମାର ପରିଡ଼ା ‘ନାଟୁଆ ଓ ଅନ୍ୟ ନାଟକ’ ମନୋନୀତ ହୋଇଛନ୍ତି । ସେହିପରି ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରୟୋଗିତ ପ୍ରସଙ୍ଗ) ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଲୌହ ମାନବ ସର୍ଦ୍ଦାର ପଟେଲ’ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ ‘ତଥାପି କିଛି ରହିଯିବ’ ବିଜୟ ମହାନ୍ତି, ଶିଶୁ ସାହିତ୍ୟ ‘ଗଛଟିଏ ଶିଶୁଟିଏ’ ପାଇଁ ରବୀନ୍ଦ୍ର ବିଶ୍ୱାଳ, ଗୀତି କବିତା ‘ପ୍ରତି ପଲକରେ ତୁମେ’ ପାଇଁ ପୁରସ୍କାର ପାଇବେ ମନୋଜ ମହାନ୍ତି।
୨୦୧୬ ବର୍ଷ ପାଇଁ ଉପନ୍ୟାସ ‘ଅମ୍ୱା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ୟ୍ୟ, କ୍ଷୁଦ୍ରଗଳ୍ପ ‘ରମାକୁ ମାରିବାର ପାଞ୍ଚଟି ଉପାୟ’ ଦେବଦାସ ଛୋଟରାୟ, କବିତା ‘ଫେରନ୍ତି ଘର’ ଭଗବାନ ଜୟସିଂହ, ନାଟକ ‘ଆତ୍ମଲିପି ଓ ଅନ୍ୟାନ୍ୟ’ ଫକୀର ସିଂହ, ପ୍ରବନ୍ଧ ‘ଆଲୋଚନା ପ୍ରସଙ୍ଗ’ ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ କ୍ଷେତ୍ରରେ ଯୁଗ୍ମ ଭାବେ ସୁରେନ୍ଦ୍ର ମହାରଣା ‘ପ୍ରଫେସର ନବୀନ କୁମାର ସାହୁ’ ଏବଂ ପ୍ରଦୋଷ ପଟ୍ଟନାୟକ ‘ଚାଲିଛିଟ୍ଟ ଚାଲିବି ନପଡ଼ିବି ଥକି’, ଅନୁବାଦ ‘ମେଘବାହନ’ ଶାରଦା ରଥ, ଶିଶୁ ସାହିତ୍ୟ ‘ଚୁଇଁ ଚଢ଼େଇ’ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା ‘ମିଶ୍ର ରାଗ’ ପାଇଁ ପୁରସ୍କାର ପାଇବେ ମିଶ୍ର ସତ୍ୟନାରାୟଣ।

Related posts

ପାଟଣା ଅବକାରୀ ବିଭାଗ ଚଢାଉ, ୩ ଗିରଫ

mahabharatanews

ହିଞ୍ଜିଳି ପୁଲିସ ପକ୍ଷରୁ କରୋନା ସଚେତନତା ରାଲି

mahabharatanews

୨୦୨୪ ନିର୍ବାଚନରେ ଲଢିବେନି ନରସିଂହ

mahabharatanews