ଵାଣିଜ୍ୟ

ଭାରତୀୟ ଅର୍ଥନୀତି ସ୍ବାଭାବିକ ହେବାରେ ଲାଗିଛି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦେଶର ଅର୍ଥନୀତି ସମ୍ପର୍କରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି, ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଭାରତୀୟ ଅର୍ଥନୀତି ସ୍ବାଭାବିକ ହେବାରେ ଲାଗିଛି। ଆମର ଆର୍ଥନୈତିକ ଧାରାକୁ ନିରାପଦ ରଖିବାକୁ ଏବଂ ସାମ୍ପ୍ରତିକ କରୋନା ସଙ୍କଟ ସମୟରେ ଅର୍ଥନୀତିକୁ ସହାୟକ ହେବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି। ୭ମ ‘ଏସ୍‌ବିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଇକୋନମିକ୍ସ କନ୍‌କ୍ଲେଭ୍’ ଅବସରରେ ସେ ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି, ମୁଣ୍ଡ ଟେକୁଥିବା ବିପଦକୁ ଚିହ୍ନଟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତା’ର ‘ଅଫ୍‌ସାଇଟ୍ ସର୍ଭିଲେନ୍‌ସ୍ ମେକାନିଜମ୍’ ସୁଦୃଢ଼ କରିଛି। ରୋପୋ ରେଟ୍ କଟିବା ପ୍ରସଙ୍ଗରେ ସେ କହିଛନ୍ତି, ଫେବ୍ରୁଆରୀ ୨୦୧୯ରୁ କୋଭିଡ୍‌-୧୯ ଆରମ୍ଭ ହେବା ପର୍ୟ୍ୟନ୍ତ ବର୍ଦ୍ଧିତ ଆଧାରରେ ଆମେ ରେପୋ ରେଟ୍ ୧୩୫ ବେସିସ୍ ପଏଣ୍ଟ୍‌ କାଟିଛୁ। ମାନ୍ଦା ଅଭିବୃଦ୍ଧି ସହ ମୁକାବିଲା କରିବାକୁ ଏପରି ପଦକ୍ଷେପ ନେବାକୁ ହୋଇଛି। ଏଥିସହ ଅର୍ଥନୈତିକ ଧାରାକୁ ଉଦ୍ଧାର କରିବାକୁ ବଫର୍ସ ନିର୍ମାଣ ଓ ପାଣ୍ଠି ବୃଦ୍ଧି ନିମନ୍ତେ ରିଜର୍ଭ ବ୍ୟାଙ୍କ୍ କ୍ରେଡିଟ୍ ଫ୍ଲୋ ସୁନିଶ୍ଚିତ କରିଥିବା ସେ କହିଛନ୍ତି ।

Related posts

ପୋଲିସ ଗାଡି ଧକ୍କାରେ ଜଣେ ମୃତ, ମୁଖ୍ୟ ରାସ୍ତା ଅବରୋଧ

mahabharatanews

ସରିଛି ୫ଜି ସ୍ପେକ୍ଟ୍ରମ ନିଲାମ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews