(ଦିଲ୍ଲୀପ ସାହୁ /ଜଗତସିଂହପୁର): ଅଧିକ ଯୌତୁକ ଦାବିକରିବା ସହ ଝିଅ ଜନ୍ମ କରିବାରୁ ନବବଧୁକୁ ହତ୍ୟା ଅଭିଯୋଗ।ଝିଅ ଜନ୍ମ କରିବାରୁ ବାରମ୍ବାର ନିର୍ୟ୍ୟାତନା ଦେଇ ଆସୁଥିବା ଶାଶୁଘର ଲୋକେ ଶେଷରେ ହତ୍ୟାକରି ଫ୍ୟାନରେ ଝୁଲାଇ ଦେଲେ ବୋଲି ମୃତ ନବବଧୁର ବାପଘର ଲୋକ ଅଭିଯୋଗ କରିଛନ୍ତି।ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଗ୍ରାମପଞ୍ଚାୟତ ନିମକଣା ଗ୍ରାମରେ।ଘର ଭିତରେ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ନବବଧୁର ସନ୍ଦେହଜନକ ମୃତ୍ୟୁକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ସ୍ଥାନୀୟ ମାଜିଷ୍ଟ୍ରେଟ,ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁସନ୍ଧାନ କରିଛନ୍ତି।ଘଟଣା ପରେ ଶାଶୁଘର ଲୋକମାନେ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ଭୂତମୁଣ୍ଡେଇ ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଝିଅ ପୂଜାରିଣୀ ଗତ୨୦୧୮ମସିହା ଜୁଲାଇ୧୮ତାରିଖରେ ବୈଦିକ ରୀତିରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ନିମକଣା ଗ୍ରାମର ନରେନ୍ଦ୍ର ସ୍ୱାଇଁ ଙ୍କ ପୁଅ ପପୁ ଓରଫ ସୂର୍ୟ୍ୟକାନ୍ତଙ୍କୁ ବିବାହ କରିଥିଲେ।ବିବାହର ଦୁଇବର୍ଷ ପୁରିବାକୁ ଆଉ ଦିନ କେଇଟା ବାକିଥିବା ବେଳେ ନବବଧୁ ପୂଜାରିଣୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି।ପୂଜାରାଣୀଙ୍କର ଏକ ନଅମାସର କନ୍ୟା ସନ୍ତାନ ଥିବା ବେଳେ ପୂଜାରିଣୀ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକ କହୁଥିବା ବେଳେ ବାପଘର ପକ୍ଷରୁ ପୂଜାରିଣୀକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ମୃତ ପୂଜାରିଣୀର ବାପା ପ୍ରମୋଦ କୁମାର ପ୍ରଧାନ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି।ପୂଜାରିଣୀକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୁପ ଦେବା ପାଇଁ ଫ୍ୟାନରେ ଝୁଲାଇଦେଇଥିବା ଅଭିଯୋଗ କରିଛନ୍ତି।ବାପଘର ପକ୍ଷରୁ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ଏସଡିପିଓ,ଆଇଆଇସି,ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁସନ୍ଧାନ କରିଛନ୍ତି।ମୃତଦେହ ପଞ୍ଚନାମା ସହ ବ୍ୟବଛେଦ ପାଇଁ ପଠାଯାଇଛି।ଘଟଣାସ୍ଥଳରୁ ଶାଶୁଘର ଲୋକ ତଥା ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଗ୍ରାମର ଲୋକ ଓ ସାହି ପଡୋଶୀ ମୁହଁ ଖୋଲିନାହାଁନ୍ତି। ମୃତ ପୂଜାରିଣୀର ନଅମାସର କୁନିଝିଅକୁ ବାପମାଆ ସାଙ୍ଗରେ ମାମୁଁ ଘରକୁ ନେଇଯାଇଥିବା ଦେଖିବାକୁ ମିଳିଛି।ଶବବ୍ୟବଛେଦ ରିପୋର୍ଟ ଆସିବା ପରେ ପୋଲିସ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସୁଚନା ମିଳିଛି।ଅପରପକ୍ଷରେ ମୃତ ପୂଜାରିଣୀର ବାପା,ଭାଇ ଓ ମାମୁଁ ଏହାକୁ ହତ୍ୟାକାଣ୍ଡ ବୋଲି କହିବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
next post