ଓଡିଶା

ବ୍ରହେଶ୍ୱରପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ବ୍ରହ୍ମେଶ୍ୱରପୁର ଗ୍ରାମରେ ଜଣେ ମହିଳା କରୋନା ପଜିଟିଭି ଚହ୍ନଟ ହୋଇଛନ୍ତି । ସୁଚନାଯୋଗ୍ୟଯେ ମହିଳା ଜଣଙ୍କ ବହୁଦିନ ଧରି ତାଙ୍କ ବରପଦା ବାପ ଘରକୁ ଯାଇଥିଲେ । ସେଠାରେ ତାଙ୍କର ବଡ ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସହିତ ମିଳାମିଶା କରିଥିଲେ । ମାତ୍ର ମହିଳାଙ୍କ ଠାରେ କୌଣସି ଲକ୍ଷ୍ୟ ଦେଖା ନ ଯାଇଥିଲେ ମଧ୍ୟ ସନ୍ଦେହରେ ତାଙ୍କର ସ୍ୱାବ ଟେଷ୍ଟ କରିବା ପରେ ପଜେଟିଭି ଆସିଥିଲା । ଏହି ଖବର ଜାଣିବା ପରେ ମହିଳା ଜଣଙ୍କ ଏଠାରେ କାହା କାହା ସହିତ ମିଳା ମିଶା କରିଛନ୍ତି ତାହା ଏବେ ତାଲିକା ପ୍ରସ୍ତୁତି କରାଯାଉଛି । ଉକ୍ତ ପରିବାରଙ୍କୁ ଘରୁ ନ ବହାରିବା ପାଇଁ କୁହାଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଓ ସ୍ଥାନୀୟ ସରପଞ୍ଚ ଜ୍ୟୋତିର୍ମୟୀ ସ୍ୱାଇଁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସମସ୍ତ ପ୍ରବେଶ ପଥ ସିଲ କରାଯାଇଛି । ଡେଲାଙ୍ଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଗ୍ରାମକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି।

Related posts

ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

mahabharatanews

ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କ ଶାଖା ଉଦଘାଟିତ

mahabharatanews

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

mahabharatanews