ଓଡିଶା

ଆଉ ୪ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି

(ମହାଭାରତ/ଭୁବନେଶ୍ୱର): ଆଜି ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏହି ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ସେହିଭଳି ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରୁ ୨ ମୃତକଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର ଓ ଅନ୍ୟ ଜଣେ ଭୁବନେଶ୍ୱରର। ଭୁବନେଶ୍ୱରରୁ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ୭୧ ବର୍ଷିୟ ପୁରୁଷ। ସେ ବ୍ଲଡ୍ କ୍ୟାନସରରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସେହିପରି ଖୋର୍ଦ୍ଧାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୪୦ ବର୍ଷ ହୋଇଥିଲା। କଟକରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ମୁଖ କର୍କଟରେ ଆକ୍ରାନ୍ତ ଥିଲେ। ଗଞ୍ଜାମରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ୍ ଓ ହୃଦ୍ରୋଗରେ ପୀଡ଼ିତ ଥିଲେ।
ଏହା ସହିତ ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୪୪ ଓ କଟକରେ ୮ରେ ପହଞ୍ଚିଛି। ବାକି ମୃତକଙ୍କ ମଧ୍ୟରୁ ୨ ଜଣ ପୁରୀର ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଜପତିରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଥିବା ବେଳେ ୯,୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି । ବାକି ୪୯୨୯ ଜଣ ଚିକିତ୍ସାଧୀନ ଅଛନ୍ତି।

 

Related posts

ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ

mahabharatanews

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ;  ୱାର୍ଣ୍ଣିଂ ଜାରି

mahabharatanews

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା

mahabharatanews