ଓଡିଶାରାଜନୀତି

ସରକାରଙ୍କ ତରବରିଆ ନିଷ୍ପତ୍ତିକୁ ନେଇ ବର୍ଷିଲା ବିଜେଡି

ରାତାରାତି ବଦଳିଗଲା ସରକାରଙ୍କ ମନ୍ତବ୍ୟ

କାଲି କହିଲେ ଖୋଲାବଜାରରେ ମିଳିବନି ଗ୍ୟାସ

ଆଉ ଆଜି ପରିଚୟପତ୍ର ଦେଖାଇଲେ କିଣିପାରିବେ ଗ୍ୟାସ

ସରକାରଙ୍କ ତରବରିଆ ନିଷ୍ପତିକୁ ବିଜେଡିର କଟାକ୍ଷ

ସଙ୍କଟ ମୁକାବିଲା କରିବାରେ ସରକାର ବିଫଳ

ରାଜ୍ୟରେ ବଢିବାରେ ଲାଗିଛି ଗ୍ୟାସ ସଙ୍କଟ

କିନ୍ତୁ ଏହାକୁ ସ୍ୱୀକାର କରିବାକୁ ସରକାର ନାରାଜ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାରାଦେଶରେ ଗ୍ୟାସ ସଂକଟ ଲାଗି ରହିଛି। ହୋଟେଲ, ରେଷ୍ଟୁରାଣ୍ଟ ବ୍ୟବସାୟୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି । କଳାବଜାରୀ ମଧ୍ୟ ବଢିବାରେ ଲାଗିଛି । ଆଉ ଏସୁବୁ ଭିତରେ ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ଖାଉଟିମାନଙ୍କ ଚିନ୍ତା ବଢାଇଦେଇଥିଲା । ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ । କେବଳ ସୀକୃତିପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ। ସେହିପରି ୫ କେଜି ଗ୍ୟାସ୍ ସମ୍ପୂର୍ଣ୍ଣ ବନ୍ଦ ହେବ । ଖୋଲାଖୋଲି ବଜାରରେ ଗ୍ୟାସ୍ ବିକ୍ରି ହେଉଥିବାରୁ ଗ୍ୟାସ୍ କଳାବଜାରୀ ବ୍ୟାପକ ହେଉଛି। ଯାହା ପରେ ରାତା ରାତି ବଦଳିଯାଇଥିଲା ମନ୍ତବ୍ୟ । ଶ୍ରମିକ ଓ ଛାତ୍ରଛାତ୍ରୀ ମାନେ 5କେଜି ଗ୍ୟାସ ନେବାକୁ ହେଲେ id ଦେଖାଇ ନେଇ ପାରିବେ । ତୈଳ କମ୍ପାନୀ ମାନେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି 5କେଜି ଗ୍ୟାସ ପ୍ରଦାନ କରାଯାଉଛି । କଟକଣା ସେହି ମାନଙ୍କ ପାଇଁ ଯିଏ ବିନା ଅନୁମତିରେ ବ୍ୟବସାୟ କରୁଛନ୍ତି ।

ଅନ୍ୟପଟେ, ସରକାରଙ୍କ ଏଭଳି ନିଷ୍ପତିକୁ ବିଜେଡି କଟାକ୍ଷ କରିଛି । ଭାବିଚିନ୍ତି ନିଷ୍ପତି ନିଅନ୍ତୁ ସରକାର । ଗ୍ୟାସ ସମସ୍ୟାକୁ ନେଇ ରାଜ୍ୟରେ ଏବେ ସ୍ଥିତି ସଙ୍କଟ ଅଛି । ସରକାର ଏହାକୁ ଗ୍ରହଣ କରନ୍ତୁ ଏବଂ କେନ୍ଦ୍ର ପାଖରେ ଦାବୀ କରନ୍ତୁ । ଏଥିସହିତ ସଙ୍କଟ ମୁକାବିଲା କରିବାରେ ସରକାର ବିଫଳ ବୋଲି କହିଛନ୍ତି ବିଜେଡି ବିଧାୟକ ।

ତେବେ ସରକାରଙ୍କ ନିଷ୍ପତି ବଦଳିଲା ସତ କିନ୍ତୁ ଖୋଲାବଜାରରେ ଗ୍ୟାସର ସଙ୍କଟ ଲାଗିରହିଛି । ଲୋକଙ୍କ ପାଖରେ 5କେଜି ଗ୍ୟାସ ଟାଙ୍କି ଅଛି ତା ସହିତ ପରିଚୟ ପତ୍ର ବି ଅଛି । ହେଲେ ଗ୍ୟାସର ଅଭାବ ଯୋଗୁ ଖାଉଟିମାନେ ଧିରେ ଧିରେ ଦୋକାନ ବନ୍ଦ କରିବାରେ ଲାଗିଛନ୍ତି । ଯାହାର ପ୍ରଭାବ ସିଧା ଖୋଲାରେ ଗ୍ୟାସ ଭରୁଥିବା ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ସେଥିପ୍ରତି ସରକାର ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଅନୁରୋଧ ।

 

 

Related posts

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews

ବଢୁଛି କରୋନା : ଦେଶରେ ଚତୁର୍ଥ ସ୍ଥାନରେ ଓଡିଶା

mahabharatanews

୩୫ ପ୍ରତିଶତ ଶସ୍ତା ହେଲା ମଦ

mahabharatanews