ଅପରାଧ

କ୍ୱାରେଣ୍ଟାଇନ ସେଣ୍ଟର ରୋଷେୟାଙ୍କୁ ଛୁରାମାଡ

(ଦିଲ୍ଲୀପ ଦାସ /ମହାଭାରତ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡତିରା ଗ୍ରାମପଞ୍ଚାୟତ ପଞ୍ଚେଇ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଅନ୍ତେବାସୀ ମହିଳାଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ କ୍ୱାରେଣ୍ଟାଇନ ସେଣ୍ଟର ରୋଷେୟାଙ୍କୁ ଛୁରାମାଡ କରିଛନ୍ତି। ଛୁରାମାଡରେ ଗୁରୁତର ଆହତ ହୋଇ ରୋଷେୟା ଅନନ୍ତ ପ୍ରସାଦ ସାହୁଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି । ଏହାକୁ ଭିତ୍ତି କରି ମଦ୍ୟପ ଆକ୍ରମଣକାରୀକୁ ପୋଲିସ କାବୁ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ମଦ୍ୟପ ଯୁବକ ସ୍ଥାନୀୟ ଗାଁର ବଂଶୀଧର ନାଥ ଓରଫ କାଳିଆ ବୋଲି ଜଣାପଡିଛି। ମଦ୍ୟପ ଯୁବକର ଏଭଳି କାଣ୍ଡକୁ ନେଇ କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀ ଭୟଭୀତ ଥିବା ବେଳେ ପୋଲିସ ଏହି ଘଟଣାରେ ତଦନ୍ତ ଚଳାଇଛି ।

 

Related posts

ଦୋକାନ କର୍ମଚାରୀଙ୍କୁ ଆକ୍ରମଣ, ଯୁବକ ଗିରଫ

mahabharatanews

୫ ଜଣଙ୍କୁ ଜେରା କରୁଛି କ୍ରାଇମ ବ୍ରାଞ୍ଚ

mahabharatanews

ଭୁବନେଶ୍ୱରରେ ଗୋଟିଏ ଦିନରେ ୫ଟି ଅପମୃତ୍ୟୁ ମାମଲା

mahabharatanews