ଓଡିଶା

ଜାଲରେ ପଡିଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ନୂଆଗାଁ ଦୁଧିଆଷୋଳ ମାଝୀସାହି ଗାଁ ନିକଟରେ ଆଜି ଏକ ହରିଣ ଉଦ୍ଧାର ହୋଇଛି । ହରିଣଟି ସମିଳିପାଳ ଅଭୟାରଣ୍ୟର ବିଦ୍ୟୁତ ଭଣ୍ଡାର ଅଞ୍ଚଳରୁ ଖସି ଆସି ଗାଁ ନିକଟରେ ଏକ ଜାଲରେ ଛନ୍ଦି ହୋଇ ରହିଥିଲା । ଗାଁ ଲୋକେ ଏହାଦେଖି ହରିଣକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାଙ୍ଗିରିପୋଷି ବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଁଚିଥିଲେ । ଗାଁଲୋକେ ହରିଣଟିକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ । ଉଦ୍ଧାର ପରେ ହରିଣକୁ ସମିଳିପାଳ ଅଭୟାରଣ୍ୟର ଚହଲା ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣା ପଡ଼ିଛି।

 

Related posts

ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ, ୫ ଜଣ ଅଟକ

mahabharatanews

ଆସନ୍ତା ମାର୍ଚ୍ଚ ସୁଦ୍ଧା ସମ୍ପନ୍ନ ହେବ ପୁରୀ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ

mahabharatanews

ଲ୍ୟାବ୍ରୋଟାରି ଟେକ୍ନିସିଆନଙ୍କ ଅଭିନବ ଢଙ୍ଗରେ ଆନ୍ଦୋଳନ

mahabharatanews