ଓଡିଶା

ରାଜ୍ୟରେ ୨୪ ଘଣ୍ଟାରେ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ୪ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ଆଜି ରାଜ୍ୟ ପୁଣି ରେକର୍ଡ ସୃଷ୍ଟି କରିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ମୁତାବକ ୨୪ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ୨୩୯ଟି ଲୋକାଲ୍‌ କେସ୍‌ ରହିଛି । ସେହିପରି ରାଜ୍ୟରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ଆଜି ମଧ୍ୟ ସଂକ୍ରମଣରେ ଗଞ୍ଜାମ ୨୩୧ରେ ଆଗରେ ରହିଛି ।
ଗଞ୍ଜାମ ଜିଲ୍ଲାରୁ ୨୩୧, ଖୋର୍ଦ୍ଧାରୁ ୧୫୦, ମାଲକାନଗିରି ୫୪ , କଟକରୁ ୩୨, ,କେନ୍ଦୁଝର ଜିଲ୍ଲାରୁ ୨୮, କୋରାପୁଟରୁ ୨୭, ଝାରସୁଗୁଡ଼ା ଜିଲ୍ଲାରୁ ୨୪, ମୟୂରଭଞ୍ଜ ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୨୧, ରାୟଗଡ଼ା ଜିଲ୍ଲାରୁ ୧୯, ଜଗତସିଂହପୁର ଜିଲ୍ଲାରୁ ୧୬, ନୟାଗଡ଼ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୧୦ ,ବାଲେଶ୍ୱର, ଅନୁଗୁଳ ଜିଲ୍ଲାରୁ ୯, ସୁନ୍ଦରଗଡ଼ ଜିଲ୍ଲାରୁ ୧୦, ପୁରୀ ଜିଲ୍ଲାରୁ ୯, ସମ୍ବଲପୁର, କନ୍ଧମାଳ ଜିଲ୍ଲାରୁ ୭ ଲେଖାଏ , ଢେଙ୍କାନାଳ ଜିଲ୍ଲାରୁ ୬, ସୋନପୁର ଜିଲ୍ଲାରୁ ୫, ବରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ, ନଗରଙ୍ଗପୁର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୪ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୨ , ଗଜପତି ଓ ଅନୁଗୁଳ ଜିଲ୍ଲାର ଜଣେ ଲେଖାଏ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ୨ ମୃତକଙ୍କ ବୟସ ଯଥାକ୍ରମେ ୫୭ ଓ ୬୦ ବର୍ଷ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ମୃତକଙ୍କ ବୟସ ୫୬ ଓ ଅନୁଗୁଳ ଜିଲ୍ଲାରେ ମୃତକଙ୍କ ବୟସ ୬୬ ବର୍ଷ ବୋଲି ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୬୦ ବର୍ଷୀୟ ବ୍ୟକ୍ତି କିଡନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ। ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ ବୃଦ୍ଧ ଟ୍ୟୁମରଜନିତ ରୋଗରେ ପୀଡ଼ିତ ଥିବା ବେଳେ ୫୬ ବର୍ଷୀୟ ଗଜପତି ଜିଲ୍ଲାର ବ୍ୟକ୍ତିଜଣକ ମଧୁମେହ ଓ ହାର୍ଟ ରୋଗରେ ପୀଡ଼ିତ ଥିଲେ। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ ଛୁଇଁ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଲା। ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ ଗଜପତି, ଅନୁଗୁଳ ଜିଲ୍ଲାରେ କରୋନା ଯୋଗୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି।

Related posts

ଧାନ ଫସଲରେ ପ୍ରବଳ ଗଣ୍ଠି ପୋକ, ଅମଳ ହାନି ହେବା ସମ୍ବାବନା

mahabharatanews

ପୋଲିସ ଡ଼ିଜିଙ୍କ ଜଗନ୍ନାଥ ଦର୍ଶନ

mahabharatanews

ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

mahabharatanews