ଓଡିଶା

ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ଉଦଘାଟିତ

ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ରଜତ ଜୟନ୍ତୀ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ପୂର୍ବତନ ଛାତ୍ର ସଂସଦ ସଭାପତି ଓମପ୍ରକାଶ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ସମାରୋହର ଶୁଭ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ମୁଖ୍ୟ ବକ୍ତା ଭାବେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବୈଦ୍ୟରାଜ ପବିତ୍ର ଶବର ମଞ୍ଚାସୀନ ଥିଲେ। ପୁରାତନ ଛାତ୍ର ମିହିର କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ବିବରଣୀ ପଠନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ନମାମି’ ଉନ୍ମୋଚିତ ହୋଇଥିଲା। ପ୍ରତିଷ୍ଠାତା କମିଟିର ସଦସ୍ୟ ଏବଂ ବ୍ୟାଚ୍ ଟପର ମାନଙ୍କୁ ସମ୍ମାନୀତ କରାଯାଇଥିଲା।

ପୁରାତନ ଛାତ୍ର ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସୁଶ୍ରୀ ସୌମ୍ୟା ସୁସ୍ମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ରଥ ଓ ବିବିଧ ବାଦ୍ୟନାଦ ସହ ସରିଆଁ ଜଗନ୍ନାଥ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ପହଞ୍ଚିଥିଲା। ଦ୍ବିତୀୟ ଅଧିବେଶନରେ ଗୁରୁ ପୂଜନ ଓ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଥିଲା। ପୁରାତନ ଛାତ୍ର ସଂସଦ ଉପସଭାପତି ବିଜୟ ଧଙ୍ଗଡ଼ାମାଝୀ, ମନୋଜ ପଟ୍ଟନାୟକ ଓ ରଘୁନାଥ ଦୀପ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଉପଦେଷ୍ଟା ବିନାୟକ ମହନ୍ତ, ଜେମନ୍ତ ପୋଢ, ଅଜିତ କୁମାର ସାହୁ, ପାରେଶ୍ବର ରଣା ଓ ମକରନ୍ଦ ମାଝୀ, ଯୁଗ୍ମ ସମ୍ପାଦକ ରୀନା ଭୋଇ, ଅଚ୍ୟୁତାନନ୍ଦ ଭୋଇ, ସୋମ୍ୟରଞ୍ଜନ ସା, କୋଷାଧ୍ୟକ୍ଷ ନରୋତ୍ତମ କରୁଆଁ, ସଦସ୍ୟ ଚନ୍ଦ୍ର ଶେଖର ସାହୁ, ହିମାଦ୍ରୀ ଭୋଇଙ୍କ ସମେତ ସଂସଦର ସମସ୍ତ ଉପ-କମିଟିର କାର୍ଯ୍ୟକର୍ତ୍ତା ଓ ପୁରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Related posts

ପୁରୀରେ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ, କେମିତି ହେବ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା?

mahabharatanews

ଉନ୍ନତ କାର୍ଯ୍ୟ ପାଇଁ ବ୍ଲକ କର୍ମଚାରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

mahabharatanews

 ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗ

mahabharatanews