ରାଜନୀତି

୨ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତି ଆହୁରି ଗୋଳିଆ ହେବାରେ ଲାଗିଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଜେପିରେ ମିଶିବାକୁ ନେଇ ବାରମ୍ବାର ମନା କରୁଥିଲେ ମଧ୍ୟ ବାଚସ୍ପତିଙ୍କ ନୋଟିସକୁ ନେଇ ହାଇକୋର୍ଟର ଦ୍ୱାରସ୍ଥା ହୋଇଥିଲେ ଗତକାଲି । ଏହା ପରେ କଂଗ୍ରେସ ବିଦ୍ରୋହୀମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛି । ପୂର୍ବରୁ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରାଯିବା ସହିତ ପିସିସି ସଭାପତି ପଦବୀରୁ ହଟାଯାଇଥିଲା। ଏବେ ତାଙ୍କର ୨ ସମର୍ଥକ ବିଧାୟକ ଭମ୍ବର ଲାଲ୍‌ ଏବଂ ବିଶ୍ଵେନ୍ଦ୍ର ସିଂହଙ୍କୁ ଦଳ ନିଲମ୍ବିତ କରିଛି । ଏନେଇ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ସୂଚନା ଦେଇଛନ୍ତି। କଂଗ୍ରେସ ପକ୍ଷରୁ ପାଇଲଟ ଏବଂ ୨ ବିଧାୟକଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଅନ୍ୟମାନଙ୍କୁ ଭୟଭୀତ କରାଇବା ସହିତ ଦଳକୁ ଫେରାଇ ଆଣିବାରେ ସହଯୋଗ କରିବ ବୋଲି କୁହାଯାଉଛି।
ଦଳ ବିରୋଧୀ କାର୍ୟ୍ୟରେ ପାଇଲଟଙ୍କ ସମେତ ୧୯ ବିଧାୟକ ସାମିଲ ହୋଇଥିବାବେଳେ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି କାରଣଦର୍ଶାଅ ନୋଟିସ ଜାରି କରିଥିଲେ । ଏହାକୁ ନେଇ ଗତ ଗୁରୁବାର ପାଇଲଟ୍‌ ହାଇକୋର୍ଟରେ ପିଟିଶନ ଦାୟର କରିଥିଲେ। ହାଇକୋର୍ଟରେ ଆଜି ପୁଣି ଏହାର ଶୁଣାଣି ହେବ। ଗତକାଲି ଶୁଣାଣି ବେଳେ ବାଚସ୍ପତିଙ୍କ ନୋଟିସ ଅବୈଧ ଏବଂ ଏହାକୁ ରଦ୍ଦ କରିବାକୁ ପାଇଲଟ୍‌ ଦାବି କରିଥିଲେ।

Related posts

ବିରୋଧୀଙ୍କୁ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ

mahabharatanews

ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୫ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କର

mahabharatanews

ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟରୁ ଇସ୍ତଫା ନିମନ୍ତେ ଶ୍ରୀ ଆକାଶ ପଟ୍ଟନାୟକଙ୍କ ପତ୍ର

mahabharatanews