ଓଡିଶା

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମ ଜିଲାରୁ ୫ 

ଭୁବନେଶ୍ୱର: ଆଜିର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ, ଆଉ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୫ ଜଣ ଏବଂ ଗଜପତି ଜିଲାରୁ ଜଣେ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭ ଛୁଇଁଛି। ଗଞ୍ଜାମ ଜିଲାରେ ସର୍ବାଧିକ ୫୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି।
ଆଜିର ୬ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରେ ପ୍ରାଣ ହରାଇଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି ଜିଲ୍ଲ।।ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ୪୦ ବର୍ଷୀୟ ଏବଂ ୫୪ ବର୍ଷୀୟ ପୁରୁଷ ରହିଛନ୍ତି। ଏହା ବ୍ୟତୀତ ଜଣେ ୪୨ ବର୍ଷୀୟ ପୁରୁଷ, ଯିଏକି ମଧୁମେହରେ ଆକ୍ରାନ୍ତ ଥିଲେ ସେ ମଧ୍ୟ ପ୍ରାଣ ହରାଇଚନ୍ତି। ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଜପତି ଜିଲାର ମୃତକ ଜଣେ ମହିଳା। ତାଙ୍କ ବୟସ ୫୫ ବର୍ଷ ଏବଂ ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ।

Related posts

ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣଧୀନ ଛାତ, ସିବିଆଇ ତଦନ୍ତ ଦାବୀ କଲା କଂଗ୍ରେସ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବଢିଛି : ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଓଢ଼ଣୀ ଲଗାଇ ସଜନା ଗଛରେ ଝୁଲିପଡିଲେ ଯବାନ

mahabharatanews