ଓଡିଶା

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

କଣିହାଁ/ଜ୍ୟୋତିରଂଜନ ଧର: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ସଭାଗୃହରେ ସଂଗ୍ରାମୀ ଦାଶରଥୀ ପାଣିଙ୍କ ୨୦ ତମ ଚିରଦିନ ଦିବସ ତଥା ଶ୍ରାଦ୍ଧ ଦିବସ ସୋମବାର ସକାଳେ ପାଳିତ ହୋଇଯାଇଛି । ଦାଶରଥୀ ପାଣି ସ୍ମୃତି ଟ୍ରଷ୍ଟ ବିଜିଗୋଳ ପକ୍ଷରୁ ଏହା ଆୟୋଜିତ ହୋଇଥିଲା । ବିଜିଗୋଳ ସରପଞ୍ଚ ତଥା ଟ୍ରଷ୍ଟ ସଭାପତି ଦୁଶାସନ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ନିର୍ଭୟ କୁମାର ପାଣି, ପ୍ରଫୁଲ୍ଲ ସ୍ୱାଇଁ, ସମ୍ପାଦକ ସ୍ମୃତିରଞ୍ଜନ ପାଣି, ହୃଷିକେଶ ସାହୁ, ସୂର୍ଯ୍ୟମଣି ସୁବୁଦ୍ଧ, ଗଗନ ଧର, ୱାର୍ଡ଼ସଭ୍ୟା କମଳିନୀ ସେଠୀ, ୱାର୍ଡ଼ସଭ୍ୟ ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶ୍ରୀ ପାଣିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଗଡ଼ଜାତର ବଡ଼ ସଂଗ୍ରାମୀଙ୍କ ଆତ୍ମକଥା ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଟ୍ରଷ୍ଟର କୋଷାଧ୍ୟକ୍ଷ ପିଣ୍ଟୁ ସାହୁ ଅତିଥି ପରିଚୟ ଦେଇଥିବାବେଳେ ସମ୍ପାଦକ ଶ୍ରୀ ପାଣି ଧନ୍ୟବାଦ ଦେଇଥିଲେ । ତାଳଚେର ଗଡ଼ଜାତ ଆନ୍ଦୋଳନର ରାଜା ଓ ବ୍ରିଟିଶ ସରକାର ଲୋକଙ୍କୁ ଅତ୍ୟାଚାର ଶୋଷଣ ଓ କଠୋର ଦଣ୍ଡ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

Related posts

ଶିମିଳିପାଳରେ ବରଫ ଆସ୍ତରଣ 

mahabharatanews

ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ମାମଲା ରୁଜୁ

mahabharatanews

ନଦୀରେ ଗାଧୋଇବା ହେଲା କାଳ , କୁସେଇ ନଦୀରେ ବୁଡି ଯୁବକ ମୃତ

mahabharatanews