ଓଡିଶା

ବମକେଇ ଗାଁ ୭ ଦିନ ପାଇଁ ସଟଡାଉନ

(ରଜନୀକାନ୍ତ ପାତ୍ର/ହିଞ୍ଜିଳୀ): କରୋନା ସଂକ୍ରମଣରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ଏଠାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାକୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳମାନଙ୍କରେ କରୋନାଜନିତ ମୃତ୍ୟୁକୁ ନେଇ ନେଇ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି । ଗତ ସୋମବାର ଦିଗପହଣ୍ଡି ବ୍ଳକ କେ. ନୂଆଗାଁ ଥାନା ଅର୍ନ୍ତଗତ ବମକୋଇ ଗ୍ରାମର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ପୂର୍ବରୁ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ସମେତ କିଛି କର୍ମଚାରୀ କରୋନାରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ସୋମବାର ପୁଣି ଜଣେ ପଜିଟିଭ ଚିହ୍ନଟ ହେବା ପରେ ଏଠାରେ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ସ୍ଥାନୀୟ ସରପଞ୍ଚ ଉଷା ବାଡତ୍ୟା ବମକେଇ ଗାଁକୁ ସୋମବାର ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଜରୁରୀ ସେବା ବ୍ୟତୀତ ତେଜରାତି ଓ ପନିପରିବା ଦୋକାନ ଖୋଲା ରହିବ । ଏହାଛଡା ଅଯଥାରେ ଗ୍ରାମରେ ବୁଲିବା ପାଇଁ ବାରଣ କରାଯାଇଛି । ଗାଁରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସାଙ୍ଗକୁ ମାସ୍କ ପରିଧାନ କରିବା, ସାନିଟାଇଜର ବ୍ୟବହାର କରିବା, ହାତକୁ ବାରମ୍ବାର ସାବୁନରେ ଧୋଇବା ପାଇଁ ସରପଞ୍ଚ ବାଡତ୍ୟା ଗ୍ରାମବାସୀଙ୍କୁ ଅନୁରୋଧ କରିଥିବା କହିଛନ୍ତି ।

Related posts

ଧର୍ମ ବିରୋଧୀ ଅଭିଯୋଗ ଆଣିଲା ଇସଲାମ ସମ୍ପ୍ରଦାୟ

mahabharatanews

କାମୃଗୁରୁଙ୍କ ସ୍ମୃତୀ ଦିବସ ଅବସରରେ ଏକ ବୈଠକ ଅନୁଷ୍ଠିତ

mahabharatanews

ସୁସ୍ଥ, ନିରୋଗ ରହିବା ପାଇଁ ‘ଆହ୍ୱାନ କମ୍ବାଇନ୍ସ’ର ସାଇକେଲ ସଚେତନତା ରାଲି

mahabharatanews