ଇରାନ ପରମାଣୁ କାର୍ଯ୍ୟକ୍ରମ ସହ ଜଡ଼ିତ ସୂଚନା ସଂଗ୍ର୍ରହ କରିବା ପାଇଁ ଆମେରିକା ବଡ଼ ପଦେ’କ୍ଷପ ଗ୍ରହଣ କରିଛି । ଇରାନର ପରମାଣୁ ସ୍ଥଳ ବିଷୟରେ ସୂଚନା ଦେଲେ ମିଳିବ ୧୮୮ କୋଟି ପୁରସ୍କାରମିଳିବ ଆମେରିକା ସେଣ୍ଟକମ୍ ପକ୍ଷରୁ ଘୋଷଣା କରାଯାଇଛି । ଇରାନର ପରମାଣୁ କାର୍ୟ୍ୟକ୍ରମ, ଏହାର ସ୍ଥାନ, ଉପକରଣ ଏବଂ ସମ୍ପୃକ୍ତ ବୈଜ୍ଞାନିକମାନଙ୍କ ବିଷୟରେ ଉପଯୋଗୀ ସୂଚନା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨ କୋଟି ଡଲାର ପର୍ୟ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ।

ଆବଶ୍ୟକ ହେଲେ ସୂଚନାଦାତାଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୧୮୮ କୋଟି ହେବ। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଆପୋଷ ବୁଝାମଣା କରିବାକୁ ଇଚ୍ଛୁକ। ସୋସିଆଲ ମିଡିଆ ମାଧ୍ୟମରେ ଜାରି ଏକ ବିବୃତ୍ତିରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଆମେରିକାର ବୈଦେଶିକ ବିଭାଗର ନ୍ୟାୟ ପାଇଁ ପୁରସ୍କାର କାର୍ୟ୍ୟକ୍ରମ ଅନ୍ତର୍ଗତ ଇରାନର ପରମାଣୁ କାର୍ୟ୍ୟକ୍ରମ ସହ ଜଡିତ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ।
