ଚଳନ୍ତା ଟ୍ରେନ୍ରେ ଲାଗିଲା ନିଆଁ। ପଞ୍ଜାବର ପଟିଆଲା ଜିଲ୍ଲାର ରାଜପୁରା ନିକଟରେ ଘଟିଛି ଏହି ଘଟଣା। ଅମୃତସରରୁ ନ୍ୟୁ ଜଲପାଇଗୁଡ଼ିକ ଅଭିମୁଖେ ଯାଉଥିବା କର୍ମଭୂମି ଏକ୍ସପ୍ରେସର ୪ଟି ବଗିରେ ଲାଗି ଯାଇଥିଲା ନିଆଁ। ରେଳବାଇ ପକ୍ଷରୁ ନିଆଁକୁ ଲିଭାଇ ଦିଆଯାଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ସରକାରୀ ରେଳବାଇ ପୁଲିସ (ଜିଆରପି) ଏସ୍ଏଚ୍ଓ ଗୁରପ୍ରୀତ ସିଂହ କହିଛନ୍ତି ଯେ ଗୋଟିଏ ବଗିର ଏକ ଫ୍ୟାନ୍ରେ ଶର୍ଟ ସର୍କିଟ୍ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ସେହି ବଗିରେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ବଗିଗୁଡ଼ିକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲା। ଟ୍ରେନ୍ ରହିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ଦେଖୁ ଦେଖୁ ନିଆଁ ଗୋଟିଏ ପରେ ଗୋଟିଏ ୪ଟି ବଗିକୁ ବ୍ୟାପୀ ଯାଇଥିଲା।
previous post
