ଅପରାଧ

ଖୁଡିକୁ ଅସଦାଚରଣ କରି ପୁତୁରା ଗିରଫ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଖୁଡ଼ିଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସମ୍ପର୍କୀୟ ପୁତୁରାଙ୍କୁ ପୋଲିସ ଗିରଫ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ମୁତାବକ, ହିଞ୍ଜିଳି ଥାନା ବାଦିଆମ୍ବଗାଁର ଜଣେ ମହିଳା ରବିବାର ସନ୍ଧ୍ୟାରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ କେରଳ ଫେରନ୍ତା ଜଣେ ଯୁବକ ତଥା ମହିଳାଙ୍କ ପୁତୁରା ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କ ପିଛା କରିଥିଲେ । ମହିଳା ଜଣକ ପୋଖରୀ ତୁଠରେ ଗାଧୋଉଥିବା ବେଳେ ଏକୁଟିଆ ପାଇ ଯୁବକ ଜଣକ ଅସଦାଚରଣ କରିଥିଲେ । ଏ ବିଷୟରେ କାହାକୁ କହିଲେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ । କିନ୍ତୁ ମହିଳା ଜଣକ ଚିତ୍କାର କରିବାରୁ ପୁତୁରା ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲା । ଘରକୁ ଫେରି ମହିଳା ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ କହିବା ସହ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ହିଞ୍ଜିଳି ପୁଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

ବିଭୂତିପୁର ପୂର୍ବତନ ଜେଡିୟୁ ବିଧାୟକ ରାମବାଳକ ସିଂହଙ୍କୁ ୫ ବର୍ଷ ଜେଲ

mahabharatanews

ହୋଟେଲ ‘ ନିମନ୍ତ୍ରଣ’ରେ ଟଙ୍କା ଘୋଟାଲା

mahabharatanews

ବନ୍ଦ ଘରୁ ୨ ମୃତଦେହ ଉଦ୍ଧାର

mahabharatanews