ଅପରାଧ

ବହୁଚର୍ଚ୍ଚିତ ନୟାଗଡ଼ର ପରୀ ମର୍ଡର କେସରେ ନୂଆ ମୋଡ

ନୟାଗଡ଼ : ପରୀ ମର୍ଡର କେସରେ ନୂଆ ମୋଡ ନେଲା । ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡର ଗୁରୁବାର ଚାର୍ଜଫ୍ରେମ୍ ହୋଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଏନେଇ ମାମଲା ହୋଇଥିଲା। ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରୁ ଶୁଣାଣି, ସାକ୍ଷ୍ୟ ଗ୍ରହଣ ଆଦି କରାଯିବ। ଏନେଇ ସରକାରୀ ଓକିଲ ଅନୱର ମଲ୍ଲିକ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ପରୀ ହତ୍ୟାକାଣ୍ଡରେ ତଦନ୍ତ ବାଟବଣା ହୋଇଥିବା, ଏହାର ସିବିଆଇ ତଦନ୍ତ ଦାବିରେ ପରୀ ବାପା ଅଶୋକ ସାହୁ, ମା’ ସୌଦାମିନୀ ଗତ ଜାନୁଆରି ମାସରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଯାହାର ସିବିଆଇ ତଦନ୍ତ କରାଯିବ କି ନାହିଁ, ଚଳିତ ମାସ ୨୩ରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। ଗୋଟିଏ ପକ୍ଷରେ ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଚାର୍ଜଫ୍ରେମ୍, ଅପରପକ୍ଷେ, ସିବିଆଇ ତଦନ୍ତ ନେଇ ଆଉ ମାତ୍ର ୪ ଦିନ ପରେ ସୁପ୍ରିମକୋର୍ଟଙ୍କ ରାୟ, ମାମଲାକୁ ନେଇ ଏକ ଅଡ଼ୁଆ ସ୍ଥିତି ସୃଷ୍ଟି କଲାଣି। ପରୀ ମା’ ରିଟ୍ ପିଟିସନ୍ ଦାଖଲ କରିଥିବା ବେଳେ, ବାପା ଅଶୋକ, ସ୍ବତନ୍ତ୍ର ଲିଭ୍ ପିଟିସନ୍ (ଏସ୍ଏଲ୍ପି) ଦାଖଲ କରିଛନ୍ତି ।

Related posts

ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭିଜିଲାନସ କବଜାରେ

mahabharatanews

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

mahabharatanews

ଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣା ରେ ବିଜେଡିକୁ ଘେରିଲା ବିଜେପି

mahabharatanews