ଓଡିଶା

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ୬ଷ୍ଠ ସ୍ଥାନ ହାସଲ କଲା ହିଞ୍ଜିଳିକାଟୁର ଚଳଚ୍ଚିତ୍ର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): କରୋନା ମହାମାରୀ ସମୟରେ ସଂପୂର୍ଣ୍ଣ ମାନବ ସମାଜ ପ୍ରଭାବିତ ହୋଇ ଜୀବନଜୀବିକା ହରାଇ ବସିଛନ୍ତି। ଯାହା ଫଳରେ ଆର୍ଥିକ ଓ ମାନସିକ ସ୍ତରରେ ବେଶ୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସମାଜକୁ ସଚେତନ କରିବା ଓ ସମାଜର ବାସ୍ତବ ସମସ୍ୟାକୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଶୁଭମପୁର୍ଭଙ୍କ ତତ୍ତ୍ୱାବଧାନରେ ଗୁଜୁରାଟର ସୁରତ ଠାରେ ଏକ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ଵର ୨୦ରୁ ଉଦ୍ଧ୍ୱର୍ ଦେଶ ଅଂଶଗ୍ରହଣ କରିଥିଲେ। ପ୍ରାୟ ୧୩୫ଟି ଫିଲ୍ମରୁ ୫୦ ଫିଲ୍ମକୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ତେବେ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେଇଥିବା ଆମେରିକା, ଅଷ୍ଟେଲିଆ ଭଳି ଦେଶକୁ ପଛରେ ପକାଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚିତ୍ର “ଅଭିଳାଷ” ଷଷ୍ଠ ସ୍ଥାନରେ ପୁରସ୍କୃତ ହୋଇଛି। ଫଳରେ ବର୍ତ୍ତମାନ ହିଞ୍ଜିଳିକାଟୁ ସହର ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛି । ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ତରରେ ସଫଳ କରିବା ପାଇଁ ପ୍ରୟାସ ଓ ଏଭଳି ସମ୍ମାନ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର “ଅଭିଳାଷ”ର ନିର୍ଦ୍ଦେଶକ ଫିଲ୍ମ ନିର୍ମାଣରେ ସାମିଲ ସଦସ୍ୟମାନଙ୍କୁ ସହରବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Related posts

ମା’ ମଙ୍ଗଳା ଯୁବକ ସଂଘ ପକ୍ଷରୁ ମାସ୍କ ଓ ସାବୁନ୍ ବଣ୍ଟନ

mahabharatanews

 ଗତ ୨୪ ଘଣ୍ଟାରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ, ୧୭ ମୃତ

mahabharatanews

ନିର୍ଦ୍ୱନ୍ଦରେ ଉପ-ବାଚସ୍ପତି ହେଲେ ସାଲୁଗା ପ୍ରଧାନ

mahabharatanews