ଭୁବନେଶ୍ୱର/ସରୋଜ ରାଉତ: ଆଜି ଭୁବନେଶ୍ୱରରୁ ଆଉ ୧୨୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି । ୯୩ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୩୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପଟିଆର ଜଣେ ୩୪ ବର୍ଷୀୟ ଯୁବକ, ଏନ୬ ନୟାପଲ୍ଲୀର ୪୧ ବର୍ଷୀୟ ବ୍ୟକ୍ତି, କସ୍ତୁରବା ନାରୀ ମହଲ ନିକଟରୁ ୪୫ ବର୍ଷୀୟ ବ୍ୟକ୍ତି ଓ ୪୦ ବର୍ଷୀୟ ମହିଳା, ନୟାପଲ୍ଲୀ ନୂଆସାହିର ୫୪ ବର୍ଷୀୟ ବୃଦ୍ଧ, ଆଇଆରସି ଭିଲେଜ ଏନ୫ରୁ ୩୨ ବର୍ଷୀୟା ମହିଳା, ନିଳାଦ୍ରୀ ବିହାରର ୨୩ ବର୍ଷୀୟା ଯୁବତୀ, ୟୁନିଟ ୯ ଗ୍ରିଡକୋ କଲୋନୀର ୨୫ ବର୍ଷୀୟ ଯୁବକ, ଏମଏଲଏ କଲୋନୀର ୪୮ ବର୍ଷୀୟ ବ୍ୟକ୍ତି ଓ ୩୮ ବର୍ଷୀୟା ମହିଳା, ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ନିକଟରୁ ୨୬ ବର୍ଷୀୟ ଯୁବକ, ପୋଖରୀପୁଟ ଲିଙ୍ଗରାଜ ବିହାରରୁ ୩୬ ବର୍ଷୀୟ ଯୁବକ, ଚକେଇସିଆଣିରୁ ୪୨ ବର୍ଷୀୟ ଯୁବକ, ପଳାଶୁଣୀ ପ୍ରାଚୀ ବିହାରରୁ ୩୬ ବର୍ଷୀୟ ଯୁବକ । ସେହିପରି ସରକାରୀ ହସ୍ପିଟାଲର ଜଣେ ସୁରକ୍ଷାକର୍ମୀ, ଲୁଇସ୍ ରୋଡରୁ ୨୧ ବର୍ଷୀୟ ଯୁବତୀ, ଏକ ଘରୋଇ ହସ୍ପିଟାଲରୁ ୪ଜଣ କର୍ମଚାରୀ, ଭରତପୁରରୁ ୩୦ ବର୍ଷୀୟା ଯୁବତୀ, ସହିଦ ନଗରରୁ ୨୦ ବର୍ଷୀୟା ଯୁବତୀ, ମଞ୍ଚେଶ୍ୱରରୁ ୩୮ ବର୍ଷୀୟ ବ୍ୟକ୍ତି ଓ ୩୫ ବର୍ଷୀୟା ମହିଳା, ଅଶୋକ ନଗରରୁ ୪୭ ବର୍ଷୀୟ ବ୍ୟକ୍ତି, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୩୬ ବର୍ଷୀୟ ଯୁବକ, ଆଉ ଏକ ଘରୋଇ ହସ୍ପିଟାଲରୁ ୨ କର୍ମଚାରୀ, ଗୋପବନ୍ଧୁ ନଗର ବସ୍ତିରୁ ୩୦ ବର୍ଷୀୟ ଯୁବକ, ସିବିଆଇ କଲୋନୀର ୧୨ ବର୍ଷର ବାଳକ, ଭୋଇନଗରର ୪୦ ବର୍ଷର ବ୍ୟକ୍ତି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
next post