ଓଡିଶା

ପୁରୀରେ ୧୫୧ଟି କରୋନା ଆକ୍ଟିଭ କେସ ରହିଛି: ଜିଲ୍ଲାପାଳ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁରୀ ଜିଲାପାଳ ବଲୱନ୍ତ ସିଂଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ ୪୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୫୧ଟି ସକ୍ରିୟ କେସ ରହିଛି । ଏଥିରୁ ପୁରୀ ପୌରପାଳିକାରେ ୭୮ଟି ପଜିଟିଭ କେସ ରହିଛି । ଗତକାଲି ଆଉ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏଯାଏ ୨୨ ହଜାର ୭୨୧ ନମୂନା ସଂଗ୍ରହ ହୋଇ ଟେଷ୍ଟ ହୋଇଛି । ସେଥିରୁ ୬୮.୭୫% ଅରୋଗ୍ୟ ହାର ରହିଥିବା ବେଳେ ୨.୧୮% ନମୁନା ପଜିଟିଭ ଆସିଛି। ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ହେଉଥିବାରୁ ଆଗାମୀ ଦିନରେ ପଜିଟିଭଙ୍କ ସଂଖା ଆହୁରି ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏଥିରେ ଭୟଭୀତ ନ ହୋଇ ବାହାରକୁ ଗଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ଏବଂ କୋଭିଡ ନିୟମ ପାଳନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ..

mahabharatanews

ଲୋକ ମହୋତ୍ସବ ତୃତୀୟ ଦିନରେ  ଦୁଲିକିଲା ମଣ୍ଡେଇ ମଞ୍ଚ

mahabharatanews

ଆଜି ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼

mahabharatanews