ଓମପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର: ସୋନପୁର ପୋଲିସ ହାତରେ ବେଆଇନ କଫସିରଫ ବେପାରୀ। ଦୀର୍ଘ ଦିନରୁ ସୁବର୍ଣ୍ଣପୁର ଜିଲ୍ଲାଦେଇ ଚାଲାଣ ହେଉଛି ବ୍ୟାପକ କଫସିରଫ । ତେବେ ଗତକାଲି ରାତିରେ ଏକ ଘରୋଇ ବସରେ ବ୍ୟାପକ ମାତ୍ରାରେ କଫସିରଫ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୋନପୁର ଟାଉନ ଥାନା ଆଇଆଇସି ଲୋକେଶ ସାହୁ ସୂଚନା ପାଇଥିଲା। ଏହା ପରେ ସୋନପୁର ଟାଉନ ଥାନା ପୋଲିସ ପକ୍ଷରୁ ମନମୁଣ୍ଡା – ସୋନପୁର ମୁଖ୍ୟ ରାସ୍ତାରେ ଥିବା କୁଂଜ ଛକ ନିକଟରେ ବସକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚରେ ବସରୁ ୬୪୦ ବୋତଲ କଫସିରଫ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଘରୋଇ ବସକୁ ମଧ୍ୟ ଜବତ କରିଛି ସୋନପୁର ପୋଲିସ । ଜବତ କଫସିରଫର ମୁଲ୍ୟ କୋଡିଏ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ବସଟି ଭୂବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଜଣାପଡିଛି । ଏନେଇ ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ଏକ ମୋକଦ୍ଦମା ରୁଜୁ କରାଯାଇ ଘଟଣାରେ ସଂମ୍ପୃକ୍ତ ଥିବା ତନିଜଣଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଏସପି କହିଛନ୍ତି ।