ଓଡିଶା

କଟକ ସହରରୁ ଆଉ ୩୫ କରୋନା ପଜିଟିଭ ଚିହ୍ନଟ

(ରିପୋଟର୍ସ ଟୁଡେ, କଟକ): ଆଜି କଟକ ସହରରୁ ପୁଣି ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୬ଜଣ ସରକାରୀ କ୍ୱାରାଣ୍ଟାଇନରୁ, ୨୬ ଜଣନ ହୋମ୍ କ୍ୱାରେଣ୍ଟାଇନ ଓ ୩ ସ୍ଥାନୀୟ ସଂକ୍ରମଣ ରହିଛି । ଏନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ୍ କରି ଜଣାଯାଇଛି । ଗତକାଲି କଟକ ସହରର ବିଭିନ୍ନ ଅଂଚଳରୁ ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ରାଉସପାଟଣାରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସିଡିଏ-୬ରୁ ଜଣେ, ଏସସିବି ଆଇସୋଲେସନ ୱାର୍ଡରୁ ୩ ମହିଳା, କାଳୀଗଳିରୁ ୩ ଓ ବାଲୁବଜାରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା କଟକ ଟାଉନରୁ ୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୩୩୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Related posts

ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସମ୍ବାଦପତ୍ର ହକରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

mahabharatanews

ବଢିଲା ବାଚସ୍ପତିଙ୍କ ଏବଂ ଉପବାଚସ୍ପତିଙ୍କ ଦରମା

mahabharatanews

କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା

mahabharatanews