ଜୟନ୍ତ ସେଠୀ/ ଗୋପ: ବିପଦରେ କୁଶଭଦ୍ରା ସେତୁ । ଭୁଶୁଡି ପଡିବ ନବ ନିର୍ମିତ ସେତୁ ! ପ୍ରାୟ ୪ କୋଟି ଟଙ୍କାରେ ନବନିର୍ମିତ ଏହି ସେତୁକୁ ବର୍ଷେ ନ ପୂରୁଣୁ ଭୁଶୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। କୁଶଭଦ୍ରା ନଦୀରେ ଥିବା ପୁରୁଣା ସେତୁକୁ ସଂଯୋଗୀକରଣ ପାଇଁ ନୂତନ ସେତୁ ମଧ୍ୟରେ ଥିବା ମାଟିବନ୍ଧ ଉପରେ କଂକ୍ରିଟ ଛାତ ତଳୁ ପ୍ରାୟ ୨୦ ଫୁଟ ଗର୍ତ୍ତ ହୋଇ ମାଟି, ବାଲି ତଳକୁ ଦବି ଯାଇଗଲାଣି। ସେପଟେ କାର୍ୟ୍ୟରେ ଅନିୟମତତା ଓ ନିମ୍ନ ମାନର କାର୍ୟ୍ୟ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କେତେବେଳେ ଏହା ଭୁଶୁଡି ପଡିବ ଏନେଇ ଭୟରେ ଲୋକେ । ସେପଟେ ନିମ୍ନମାନର କାର୍ୟ୍ୟଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଜନପ୍ରତିନିଧୀ ଅଭିଯୋଗ କରି ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବାକୁ ଦାବି କରିଛନ୍ତି । ଏଥିସହ କାର୍ୟ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ।
କଟକ ପୁରୀକୁ ସଂଯୋଗ କରୁଥିବା ଏହି ସେତୁ ଉପରେ ହଜାର ହଜାର ଗାଡି ଦୈନନ୍ଦିନ ଯାତାୟାତ କରୁଥିବା ବେଳେ ମାଲ ବେ।ଝେଇ ଗାଡି ଯାତାୟାତ କରିଥାଏ । ମାତ୍ର ଏଭଳି ପରିସ୍ଥିତି ଯୋଗୁଁ ରାସ୍ତା ରେ ଯାତାୟାତ ମାଲ ବେ।ଝେଇ ଗାଡି ନେବାକୁ ମଧ୍ୟ ଭୟ କରୁଛନ୍ତି ଗାଡି ଚାଳକମାନେ । ସେପଟେ ନିମ୍ନ ମାନର କାର୍ୟ୍ୟ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ଏହି ବ୍ରିଜ ନଷ୍ଟ ହେଲେ ପ୍ରାୟ ଗୋପ ବ୍ଲକର ୨୦ ଗୋଟି ପଚଂ।ୟତକୁ ଯୋଗା ଯୋଗ ବିଚ୍ଛିନ୍ନ ହେବ ବୋଲି କହିଛନ୍ତି । ଏନେଇ ଆମ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଛନ୍ତି ।
ନିର୍ମାଣର ବର୍ଷେ ନ ପୂରୁନି ଦେଖା ଦେଲାଣି ଗୋପ କୁଶଭଦ୍ରା ନଦୀ ଉପରେ ନବ ନିର୍ମିତ ସେତୁରେ ଦେଖାଦେଇଛି ସମସ୍ୟା! ନଦୀ ଉପରେ ପୁରୁଣା ସେତୁକୁ ନୂତନ ସେତୁ ସଂଯୋଗ କରୁଥିବା ସ୍ଥାନରେ ମାଟିବନ୍ଧ ଉପରେ ସଂଯୋଗୀକରଣ କଂକ୍ରିଟ ରାସ୍ତା ସେତୁକୁ ଅ।ଣି ଦେଇଛି ବିପଦ । ବିଶେଷକରି ଏହି ନଦୀ ଉପରେ ସଂଯୋଗ କରୁଥିବା ସେତୁ ମଧ୍ୟରେ ପ୍ରାୟ ପଚାଶ ଫୁଟର ମାଟି ବନ୍ଧ ଉପରେ କଂକ୍ରିଟ ଅ।ବରଣ ଦେଇ ଉଭୟ କୁ ସଂଯୋଗ କରିଥିଲା ପୂର୍ତ୍ତ ବିଭାଗ । ଏବେ ଏହ।ତଳୁ ମାଟି ବାଲି ଖସି ପ୍ରାୟ ୨୦ ଫୁଟରୁ ଅଧିକ ଆକାରର ସୁଡଙ୍ଗ ସୃଷ୍ଟି କରିଛି । ନିମ୍ନ ମାନର କାର୍ୟ୍ୟ ଓ ଠିକାଦାରଙ୍କ ପ୍ରତି ସରକାରୀ ଅଧିକାରୀଙ୍କ ଅହେତୁକୁ ଅନୁକଂପା ପାଇଁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ କହିଥିବା ବେଳେ ଏଭଳି ପରିସ୍ଥିତି ବିପଦ ଅ।ଣି ଦେବ ବୋଲି ଅ।ଶଙ୍କା କରିଛନ୍ତି ସ୍ଥାନୀୟ ଜନପ୍ରତିନିôଧ । ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବା ସହିତ କାର୍ୟ୍ୟର ଭିଜିଲାନ୍ସ ତଦନ୍ତ ଦାବି ହେଉଛି । ଅପରପଟେ ଏସଂପର୍କରେ ଅ।ମ ପ୍ରତିନିôଧ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚାହିଁବାରୁ ଚାହିଁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକିୟା ଦେବାକୁ ମନା କରି ଦେଇଛନ୍ତି ।
previous post
