ଓଡିଶା

ରାଜ୍ୟରେ ସର୍ବାଧିକ ୧୮୩୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ଵର/ ଶିଳାସ୍ମିତା: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଲଗାମହୀନ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରୁ ଚହ୍ନଟ ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗିଦେଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟରେ୧୮୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୧୮ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଶୁକ୍ରବାର ଚିହ୍ନଟ ୧୮୩୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୫୫୦ରେ ପହଞ୍ଚିଛି ।
ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୧୬ ହଜାର ୬୬୪ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୨ ହଜାର ୫୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୬ ହଜାର ୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୩୫ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ତଥା ୪୫ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ହଜାର ୩୭୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Related posts

ପ୍ରଚଣ୍ଡ ତାତି : ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି

mahabharatanews

ମୟୁରଭଞ୍ଜ ରାଜମାତା ଭାରତୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ

mahabharatanews

ବଢ଼ିଲା ଯୁକ୍ତ୨ ଆବେଦନ ଅବଧି

mahabharatanews