ଓଡିଶା

ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ପୁଣି ହେଲଥ୍ ସ୍କ୍ରିନିଂ

(ବ୍ରହ୍ମପୁର/ରିପୋଟର୍ସ ଟୁଡେ): ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ପୁଣି ଆରମ୍ଭ ହୋଇଛି ପଞ୍ଚମ ପର୍ଯ୍ୟାୟ ହେଲଥ୍ ସ୍କ୍ରିନିଂ । ପୂର୍ବରୁ ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ହେଲଥ୍ ସ୍କ୍ରିନିଂ କରାଯାଇଛି । ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଥରେ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜିଲ୍ଲାର ସହରାଞ୍ଚାଳରେ ହେଉଥିବା ହି ହେଲଥ୍ ସ୍କିଂନିରେ ୨୦୦ ଡାକ୍ତର ସାମିଲ ହୋଇଛନ୍ତି । ସେଥିରୁ ୫୦ ଜଣ ଡାକ୍ତର କେବଳ ବ୍ରହ୍ମପୁର ସହରରେ ନିୟୋଜିତ ହୋଇଛନ୍ତି । ଅବଶିଷ୍ଟ ୧୫୦ ଡାକ୍ତର ଜିଲ୍ଲାର ଅନ୍ୟ ସହରାଞ୍ଚଳମାନଙ୍କରେ ନିୟୋଜିତ ହୋଇଛନ୍ତି । ଘର ଘର ବୁଲି ଏହି ହେଲଥ୍ ସ୍କ୍ରିନିଂ ବେଳେ ଯେଉଁମାନଙ୍କ ଠାର କରୋନା ଲକ୍ଷଣ ଦେଖାଯିବ ସେମାନଙ୍କର କୋଭିଡ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ନିର୍ଦ୍ଦେଶ ଦେବେ । ତେବେ ୪ ଦିନ ଧରି ଚାଲିବାକୁ ଥିବା ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମରେ ଡାକ୍ତରମାନେ ଅକ୍ସି ମିଟରର ବ୍ୟବହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ରାଜନୈତିକ ସ୍ତରରେ ଲଢ଼େଇ ପାଇଁ ବିଜେପିକୁ ଆହ୍ବାନ

mahabharatanews

ବୋଲଗଡ ବ୍ଲକର ପଞ୍ଚାୟତ ସ୍ତରୀୟ ସଂଘର ମହିଳା ମାନଙ୍କ ତରଫରୁ ମାଗଣାରେ ମାକ୍ସ ବଣ୍ଟନ

mahabharatanews

ନିଆଁରେ ଜଳି ମହିଳା ଗୁରୁତର

mahabharatanews