ଓଡିଶା

ନିଟ ପରୀକ୍ଷା ପାଇଁ  ବ୍ୟବସ୍ଥା କରାଯାଇଛି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ବିଏମସି ଓ ନିଟ ସଂଯୋଜକଙ୍କ ମଧ୍ୟରେ ଆଲୋଚନା ଚାଲିଛି। ରାଜ୍ୟ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ କହିଛନ୍ତି। ପରୀକ୍ଷାର୍ଥୀଙ୍କ ଯାତାୟତ, ରହିବା ଖାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।
ଶନିବାରଠୁ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀ ବସରେ ଆସିବେ। ରବିବାର ଅପରାହ୍ନ ୨ଟା ରୁ ୫ ଟାରେ ପରୀକ୍ଷା ହେବ । ପରୀକ୍ଷା ସାରି ଫେରିଯିବେ। ପରୀକ୍ଷା କେନ୍ଦ୍ରକୁ ୧୨:୩୦ରୁ ପ୍ରବେଶ ଆରମ୍ଭ ହେବ। ପରୀକ୍ଷା ପାଇଁ କେନ୍ଦ୍ର ଗୁଡ଼ିକୁ ବିଶୋଧନ କରାଯାଉଛି । ନିଟ୍ ପରୀକ୍ଷାର୍ଥୀଙ୍କ ରହିବା ପାଇଁ ଯେଉଁ ସବୁ ସ୍ଥାନରେ ବ୍ୟବସ୍ଥା ହୋଇଛି, ସେଠାରେ ଏକ ଡାକ୍ତରୀ ଟିମ ନିୟୋଜିତ ରହିବେ। ଭୁବନେଶ୍ବରର ୩୧ ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ସେଥିମଧ୍ୟରୁ ୧୩୦୦ ଜଣ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା କେନ୍ଦ୍ର ବାହାରେ ଡାକବାଜି ଯନ୍ତ୍ର ଦ୍ୱାରା ଗହଳି ନ କରିବାକୁ ନିବେଦନ କରାଯିବ। ଗହଳି ନିୟନ୍ତ୍ରଣ ପାଇଁ ଜେଡଡିସି ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜେଇଇ ପରୀକ୍ଷାର୍ଥୀଙ୍କ ପରି ନିଟ ପରୀକ୍ଷାର୍ଥୀଙ୍କ ଥର୍ମାନ ସ୍କାନିଂ ହେବ। ଏଯାଏଁ କୌଣସି ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷଣ ଦେଖାଯାଇ ନ ଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି ।

Related posts

କଲବଲ କଲାଣି ତାତି: ୨୭ରୁ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ

mahabharatanews

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି

mahabharatanews

୨୩ ତାରିଖରେ ଟୀକା ନେଇଥିବା କ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ

mahabharatanews