ଓଡିଶା

କରୋନା ମାଡରେ ଘାଇଲା ମୁର୍ତ୍ତି କାରିଗର

(ଦୀପକ ମିଶ୍ର/ଉଦଳା): ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ବାରମ୍ବାର ଲକ୍ଡାଉନ ଓ ସଟଡାଉନ ଭଳି କଟକଣା ଜାରି ହେବା ଫଳରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଛି । ବିଶେଷ କରି କରୋନା କଟକଣା ଯୋଗୁଁ କୌଳିକ ବୃତ୍ତିକୁ ଭରସା କରି ଚଳୁଥିବା ଅଧିକାଂଶ ଲୋକଙ୍କ ଜୀବିକା ବହୁ ଭାବେ ପ୍ରଭାବିତ ହୋଇଛି । ଏଥିରୁ ବର୍ତ୍ତି ପାରିନାହାନ୍ତି ମୂର୍ତ୍ତି କାରିଗରମାନେ । ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସିର ସୁମିତ୍ରା ଦିଣ୍ଡା ଓ ତାଙ୍କ ଝିଅ ପ୍ରତିବର୍ଷ ଠାକୁର ମୂର୍ତ୍ତି ଗଢି ଜୀବିକା ନିର୍ବାହ କରିଥାନ୍ତି । ତେବେ ଏବର୍ଷ କରୋନା କଟକଣା ପାଇଁ ବ୍ୟବସାୟ ମାନ୍ଦା ପଡିଛି । ପୂର୍ବ ବର୍ଷ ଅଧିକ ମୁର୍ତ୍ତି ବିକ୍ରି ହୋଇଥିବା ବେଳେ ଏ ବର୍ଷ ଯାହା କିଛି ଗଢାଯାଇଛି ସେଗୁଡିକ ବିକ୍ରି ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ସୁମିତ୍ରା । ସେହିପରି ତାଙ୍କ ଝିଅ ଆଞ୍ଚଲଙ୍କର ପିଲାଦିନୁ ମୁର୍ତ୍ତି ଗଢିବା ପ୍ରତି ନିଶା ରହିଥିଲେ ବି ଏବେ କରୋନା କଟକଣା ଯୋଗୁ ମୁର୍ତ୍ତି ବ୍ୟବସାୟକୁ ନେଇ ସେ ମଧ୍ୟ ସମାନ ମତ ରଖିଛନ୍ତି । କରୋନା ପାଇଁ ସରକାର ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଆସୁଛି ଗଣେଷ ପୂଜା । ବିଶେଷ କରି ଶିକ୍ଷାନୁଷ୍ଠାନଗୁଡିକ ପ୍ରତିବର୍ଷ ପୂଜାର ଆୟୋଜନ କରୁଥିବା ବେଳେ ଚଳିତ ବର୍ଷ ଏସବୁ ବନ୍ଦ ରହିଛି । ଫଳରେ ଗତବର୍ଷ ତୁଳନାରେ ଏବର୍ଷ ସ୍ୱଳ୍ପ ମୂର୍ତ୍ତି ଗଢା ଯାଇ ବିକ୍ରୀ ହେଉଥିବା ଉଦଳାର ମୂର୍ତ୍ତି କାରିଗର ଆଞ୍ଚଲ ଦିଣ୍ଡା କହିଛନ୍ତି । ଛାଞ୍ଚରେ ମୁର୍ତ୍ତି ଗଢି ରଙ୍ଗ ତୁଳୀରେ ତାକୁ ଜୀବନ୍ତ ସ୍ପର୍ଶ ଦେଉଥିବା ସୁମିତ୍ରା ଓ ଆଞ୍ଚଲଙ୍କ ପରି ବହୁ ମୁର୍ତ୍ତି କାରିଗରଙ୍କ ବ୍ୟବସାୟ ଏବେ କୋଭିଡ କଟକଣା ପାଇଁ ଫିକା ପଡିଛି ।

Related posts

କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ଥାନା ଘେରାଉ

mahabharatanews

୧୪/୧୫ରେ ବର୍ଷା କମାଇବ ତାତି

mahabharatanews

ମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫ

mahabharatanews