ଓଡିଶା

ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ମାଟ୍ରିକ୍‌ ପରୀକ୍ଷା ଫଳ ବହୁ ବିଳମ୍ବରେ ପ୍ରକାଶ ପାଇଥିଲା । ଏହା ପରେ ପୁଣି ସପ୍ଲିମେଣ୍ଟାରି ପରୀକ୍ଷା କେବେ ହେବ ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ି ଯାଇଥିଲେ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହାର ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ତାରିଖରେ ଶେଷ ହେବ। ଏଥିସହିତ ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ଓପନ୍‌ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରି ପରୀକ୍ଷା। ସେହିପରି ସେପ୍ଟେମ୍ବର ୨୪ ତାରିଖରେ ଓପନ୍‌ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହେବ।

Related posts

ବଜରଙ୍ଗୱାଲି କମିଟିର ବାର୍ଷିକ ଉତ୍ସବ

mahabharatanews

30 ଜିଲ୍ଲା ରେ 1 ଲକ୍ଷ 55 ହଜାର 707କିଲୋମୋଟର ଭୌଗଳିକ କ୍ଷେତ୍ରଫଳ ଜଙ୍ଗଲ

mahabharatanews

ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ

mahabharatanews