ଓଡିଶା

ଘୋଡାହାଡ ଡ୍ୟାମର ମୁଖ୍ୟ ଦ୍ୱାର ପୂଜା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦିଗପହଣ୍ଡି ବ୍ଳକ ଘୋଡ଼ାହାଡ଼ ଡ଼୍ୟାମ ସ୍ଥିତ ହନୁମାନ ମନ୍ଦିର ପରିସରରେ ଗୁରୁବାର ଘୋଡ଼ାହାଡ଼ ପାଣି ପଞ୍ଚାୟତ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ପୂଜା କାର୍ୟ୍ୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଡ଼୍ୟାମର ମୁଖ୍ୟଦ୍ଵାରକୁ ବିଧି ମୁତାବକ ପୂଜା କରାଯାଇଥିଲା । କମିଟିର ପୂର୍ବତନ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରାକ୍ତନ ସଭାପତି ବିଦ୍ୟାଧର ମହାପାତ୍ର, ଉତ୍କଳ ରାଜ୍ୟ କୃଷକ ସଭା କାର୍ୟ୍ୟକର୍ତ୍ତା ଅଳକ ନାଥ ମିଶ୍ର, ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ୟ୍ୟାଳୟର ଉପନିର୍ବାହୀ ଯନ୍ତ୍ରୀ ଇଂ.ଗୋପାଳ ମୋହନ ରାଓ, ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ, ଇଂ. କ୍ଷୀରୋଦ କୁମାର ବେହେରା, ଇଂ. ସୁଶାନ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ପାଣି ପଞ୍ଚାୟତ କମିଟିର ନବ ନିର୍ବାଚିତ କାର୍ୟ୍ୟକର୍ତ୍ତା ଓ ବିଭିନ୍ନ ଗାଁର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ଆଗାମୀ ବୁଧବାର ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ କମିଟି କାର୍ୟ୍ୟାଳୟରେ ହେବାକୁ ଥିବା ଆଲୋଚନା ସଭାରେ ଖରିଫ ଧାନ ଚାଷ ନିମନ୍ତେ ଡ଼୍ୟାମରୁ କେନାଲ ଯୋଗେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବତନ ପାଣି ପଞ୍ଚାୟତ ସମ୍ପାଦକ ଜଣାଇଛନ୍ତି।

Related posts

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

mahabharatanews

ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା 

mahabharatanews