ଅପରାଧ

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଆଜି ଲକ୍ଷାଧିକ ଟଙ୍କାର ନକଲି ଜର୍ଦା ଜବତ କରିଛି । ଅର୍ଣ୍ଣପାଳ ଗଜେନ୍ଦ୍ରପୁର ଗାଁ ନିକଟରେ ଏକ ମାରୁତି କାରରେ ବିପୁଳ ପରିିମାଣର ନକଲି ଜର୍ଦା ବୋଝେଇ ହୋଇ ଯାଉଥିବା ଖବର ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପାଇଥିଲା । ପରେ ଚଢାଉ କରି ପୋଲିସ ନକଲି ଜର୍ଦ୍ଦା ସମେତ ଉକ୍ତ ମାରୁତି କାରକୁ ମଧ୍ୟ ଜବତ କରିଛି । ଚଢାଉ ବେଳେ ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

କୋଭିଡ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ

mahabharatanews

ମାନସ ଦାସ ଗିରଫ

mahabharatanews

ମତେ ମୋ ସ୍ତ୍ରୀଠାରୁ ତ୍ରାହି ଦଅ – ସ୍ୱାମୀ

mahabharatanews