ଅପରାଧଓଡିଶା

୬୦ କୁଇଣ୍ଟାଲ ଗୋମାଂସ ଜବତ ,ଗାଡ଼ି ଡ୍ରାଇଭର ଫେରାର

କାକଟପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବାକୁ ଲାଗିଛି ଏହି ବେଆଇନ ଗୋମାଂସ ଚାଲାଣ ରାକେଟ୍ । ପ୍ରଶାସନ କଡ଼ା ପଦକ୍ଷେପ ସତ୍ତ୍ୱେ ମଧ୍ୟ ଥମିବାର ନାଁ ଧରୁନି ଅବୈଧ ଏହି ବେଆଇନ ରାକେଟ୍ । ସେପଟେ ଧିରେ ଧିରେ ସକ୍ରିୟ ହେବାକୁ ଲାଗୁଛନ୍ତି ଗୋମାଂସ ଚାଲାଣକାରୀ । ସୂଚନା ଥାଉ କି, ପୂର୍ବେ ବେଆଇନ ଭାବେ ଗାଈଗୋରୁଙ୍କୁ କଣ୍ଟେନର, ଟ୍ରକ୍ ଆଦିରେ ଚାଲାଣ କରୁଥିଲେ। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଧରପଗଡ଼ ଆରମ୍ଭ ହେବା ପରେ ବେଆଇନ ଗୋରୁ ଚାଲାଣକାରୀ ଦିନକୁ ଦିନ ନୂଆ ପନ୍ଥା ଗ୍ରହଣ କରିଛନ୍ତି। ଗାଈଗୋରୁଙ୍କୁ ମାରି ସେମାନଙ୍କ ମାଂସ ପ୍ୟାକିଂ କରି ଚାଲାଣ କରୁଛନ୍ତି।

ଆଜି କାକଟପୁର ଅଞ୍ଚଳରୁ ପ୍ରାୟ ୬୦ କୁଇଣ୍ଟାଲ ଗୋମାଂସ ବେଆଇନ ଚାଲାଣ ସମୟରେ ଜବତ କରାଯାଇଛି । ଗୋମାଂସ ଚୋରା ଚାଲାଣ ସମୟରେ ନିମାପଡ଼ା ଜୟଶ୍ରୀ ଛକ ନିକଟରେ ବିଶ୍ୱ ପରିଷଦ ବଜରଙ୍ଗୀ ଦଳ ପକ୍ଷରୁ ଅଟକ ରଖିବା ପରେ ନିମାପଡ଼ା ଥାନାକୁ ଖବର ଦିଆଯାଇଥିଲା । ନିମାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଗାଡ଼ି ଜବତ କରିବା ସହିତ ଘଟଣାରେ ଜଣକୁ ଅଟକ ରଖିଛି।

Related posts

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

mahabharatanews

ହାଇଦ୍ରାବାଦ ଏନକାଉଣ୍ଟର ହିରୋ

mahabharatanews

ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନଜଣାଇଲେ ଅଭିନନ୍ଦନ

mahabharatanews