ଓଡିଶା

ହୁକାଟୋଲା ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

(ଦୀଲ୍ଲିପ ସାହୁ/ଜଗତସିଂପୁର): ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରୁଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତର ହୁକାଟୋଲା ଗାଁରେ ଆଜି କରୋନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞପତି ଫାଉଣ୍ଡେସନ ଓ ଶ୍ରୀଜଗନ୍ନାଥ ସେଫ୍ଟି ଏଜେନ୍ସିର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନୁଷ୍ଠାନର କର୍ମଚାରୀମାନେ ଗାଁରେ ଘରକୁ ଘର ବୁଲି ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ । କରୋନା ସଂକ୍ରମଣରୁ ଗ୍ରାମବାସୀମାନେ କିଭଳି ନିଜକୁ ଦୁରେଇ ରଖିବେ ସେ ନେଇ ଉକ୍ତ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରିବା, ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା, ନିୟମିତ ହାତ ଧୋଇବା ଓ ମାସ୍କ ପିନ୍ଧିବାକୁ ନେଇ ଅନୁଷ୍ଠାନର କର୍ମଚାରୀ ମାନେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହୁକେଟୋଲା ଗ୍ରାମବାସୀମାନେ ସହଯୋଗ କରିବା ସହ ଅନୁଷ୍ଠାନର ପ୍ରୟାସକୁ ସାଧୁବାଦ ଜଣାଇଥିଲେ ।

Related posts

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ

mahabharatanews

ଓଡ଼ିଶାକୁ ହଇରାଣ କରିବାକୁ ଦିଦିଙ୍କ ନୂଆ ଚାଲ୍, ଆଳୁ ଟ୍ରକ୍ ଜଗିବାକୁ ଲଗାଇଲେ ସିସିଟିଭି

mahabharatanews