ଓଡିଶା

ଭାଲୁ ଆକ୍ରମଣରେ ଯୁବକ ଆହତ

(ମଧୂସୁଦନ ବହିଦାର/ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ୨୨ ବର୍ଷୀୟ ରବୀନ୍ଦ୍ର ପ୍ରଧାନ ନାମକ ଜଣେ ଯୁବକ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ସ୍ଥିତ ଭୀମଭୋଇ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯେ, ଉକ୍ତ ଯୁବକ ନିକଟସ୍ଥ ଜଙ୍ଗଲକୁ ଗାଈ ଚରେଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଅପରପକ୍ଷରେ ଗ୍ରାମବାସୀ ପୂର୍ବରୁ ଉକ୍ତ ସ୍ଥାନରେ ଭାଲୁ ଥିବା ନେଇ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିବା କହିଛନ୍ତି ଗ୍ରାମବାସୀ । ତେବେ ଏଭଳି ଘଟଣାକୁ ଗ୍ରାମବାସୀ ବନବିଭାଗର ଅପାରଗତା ବୋଲି ଦର୍ଶାଇଛନ୍ତି । ଆଗରୁ ବନବିଭାଗର କର୍ମଚାରି ଜଙ୍ଗଲ ସୁରକ୍ଷା ପାଇଁ ପରିଦର୍ଶନରେ ଆସୁଥିଲେ । ବର୍ତ୍ତମାନ କିନ୍ତୁ ବନ ବିଭାଗର କୌଣସି କର୍ମଚାରି ପରିଦର୍ଶନରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Related posts

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ

mahabharatanews

କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ୨୧ ଆଦିବାସୀ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ଘୋଷଣା

mahabharatanews

ଆସନ୍ତାକାଲି ବନକଲାଗି ନୀତି; ୪ ଘଣ୍ଟା ଶ୍ରୀଜିଉ ଦର୍ଶନ ମନା

mahabharatanews