ଅପରାଧ

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

(ମଧୁସୂଦନ ବହିଦାର/ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଟାଉନ ଥାନା ଅଧିନ ଗନ୍ଧରେଲ ନିକଟସ୍ଥ ବଘାରପଡା ଠାରେ ଥିବା ପୋଖରୀରୁ ଆଜି ଏକ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ପୋଖରୀରେ ଏକ ଶବ ଭାସୁଥିବା ଅବସ୍ଥାରେ ଦେଖି ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଶବ ବ୍ୟବଛେଦ ପାଇଁ ଯୁବକଙ୍କ ମୃତଦେହକୁ ବଲାଙ୍ଗୀର ସ୍ଥିତ ଭୀମଭୋଇ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ମୃତ ଯୁବକ ଜଣକ ଶ୍ରମିକ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ତାଙ୍କ ପରିଚୟ ଏଯାଏ ଜଣାପଡିନଥିବା ବେଳେ ଘଟଣାକୁ ନେଇ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related posts

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

mahabharatanews

ଦିଲ୍ଲୀ ପୁଲିସ ହାତରେ ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ ହ୍ୟାକର

mahabharatanews

ଗୋଟିଏ ପଟେ ଲକଡାଉନ, ଅନ୍ୟ ପଟେ ନାବାଳିକାକୁ ଦୁଷ୍କର୍ମ

mahabharatanews