ଵାଣିଜ୍ୟ

୪୦ ବର୍ଷ ତଳକୁ ଖସିଯାଇଛି ଦେଶର ଜିଡିପି

ନୂଆଦିଲ୍ଲୀ: କରୋନା ପାଇଁ ଜାରି ଲକଡାଉନ ସଟଡାଉନ୍‌ ଭିତରେ ଦେଶର ଜିଡିପି ୪୦ ବର୍ଷ ତଳକୁ ଖସି ଯାଇଛି । ଏପ୍ରିଲରୁ ଜୁନ୍ ର ତିନି ମାସର ଜିଡିପି ରହିଛି ମାଇନସ ୨୩.୯ ପ୍ରତିଶତ। ଗତ ୪୦ ବର୍ଷରେ ଏହା ହେଉଛି ଦେଶର ସର୍ବନିମ୍ନ ଜିଡିପି। ଲକଡାଉନ ପାଇଁ ଦେଶରେ ସମସ୍ତ ଶିଳ୍ପ , ବ୍ୟବସାୟ ସଂସ୍ଥା , ଉତ୍ପାଦନ ସଂସ୍ଥା ବନ୍ଦ ରହିବାରୁ ଏହାର ପ୍ରଭାବ ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ହୋଟେଲ, ଟ୍ରାନ୍‌ସପୋର୍ଟ, ଏବଂ କମ୍ୟୁନିକେସନ କ୍ଷେତ୍ରରେ ବ୍ୟବସାୟ ୪୭ ପ୍ରତିଶତ ଖସିଥିବା ବେଳେ ଉତ୍ପାଦନ କ୍ଷେତ୍ରରେ ୩୯. ୩ ପ୍ରତିଶତ ଖସିଛି।
ସେହିପରି ନିର୍ମାଣ କ୍ଷେତ୍ର ୫୦.୩ ପ୍ରତିଶତ ମାଡ଼ ଖାଇଛି। ଖଣିକ୍ଷେତ୍ରରେ ୨୩.୩ ପ୍ରତିଶତ ହ୍ରାସ ପାଇଛି। କେବଳ କୃଷି କ୍ଷେତ୍ରରେ ୩ ଦଶମିକ ୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିକୁ ଲାଇନରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଅନେକ ଗୁଡ଼ିଏ ପଦକ୍ଷେପ ନେଇଥିଲେ। ଏହା ସତ୍ତ୍ବେ ବି ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛି। ଏବଂ ଏହା ମାଇନସ ସ୍ତରକୁ ଚାଲିଆସିଛି। ଚୀନକୁ ଛାଡ଼ିଦେଲେ ବିଶ୍ବର ବଡ଼ ବଡ଼ ଦେଶର ଜିଡିପି ମାଇନସ ସ୍ତରକୁ ଚାଲି ଆସିଛି।

Related posts

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

mahabharatanews

ଶ୍ରୀଲଙ୍କାରେ ବଢି ଚାଲିଛି ଆର୍ଥୀକ ସମସ୍ୟା

mahabharatanews

ଯୁଦ୍ଧ କାଳୀନ ପରିସ୍ଥିତି ମଧ୍ୟରେ ପୁଣି ନିଜ କଥାରୁ ୟୁଟର୍ଣ୍ଣ ନେଲା ଇରାନ୍ ।

mahabharatanews