ଵାଣିଜ୍ୟ

ଫଳ, ପନିପରିବାକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡିଶା ହେବ ଆତ୍ମନିର୍ଭରଶୀଳ । ତେଣୁ ଏଥିପାଇଁ ଓଡିଶା ସରକାରଙ୍କ ନଜର ଏବେ ଫଳ ଏବଂ ପନିପରିବା ଉପରେ । ଏସବୁର ଉତ୍ପାଦନ ପ୍ରକ୍ରିୟାକୁ ବୃଦ୍ଧି କରିବା ଯୋଜନା କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ଏଗ୍ରୋ ଜଳବାୟୁ ଜୋନ ପରିପ୍ରେକ୍ଷୀରେ ଫଳ ଏବଂ ପନିପରିବା ଉତ୍ପାଦନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗୁରୁବାର ଲୋକସେବା ଭବନରୁ ଏକ ଭର୍ଚୁଆଲ ମିଟିଙ୍ଗ ଏ ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମହାପାତ୍ର । ଏଥିରେ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୁରେଶ କୁମାର ବଶିଷ୍ଟ ରାଜ୍ୟରେ ପନିପରିବା ଏବଂ ଫଳର ଉତ୍ପାଦନର ଉପଲବ୍ଧତା ଉପରେ ବର୍ଣ୍ଣନା କରିଛନ୍ତି ।
ଓଡିଶାରେ ମୋଟ ଫଳ ଉତ୍ପାଦନ ପନିପରିବା ଉତ୍ପାଦନରେ ୨,୪୮୨ ହଜାର ଟନ୍ ୯,୭୯୮ ହଜାର ଟନ୍ ଛୁଇଁଥିବାବେଳେ ମସଲା ଉତ୍ପାଦନରେ ୨୦୨ ହଜାର ଟନ୍ ଅତିକ୍ରମ କରିଥିବା ସୂଚନା ଦେଇଛନ୍ତି ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ।
‘ଉଦ୍ୟାନ କୃଷି ଉତ୍ପାଦନ ସୂଚନା ପ୍ରଣାଳୀ’ (HAPIS)ର ରିପୋର୍ଟ ଅନୁଯାୟୀ ଓଡିଶା ମିଠା ଆଳୁ ଉତ୍ପାଦନରେ ପ୍ରଥମ, ବାଇଗଣରେ ଦ୍ୱିତୀୟ ସ୍ତାନରେ ତିବା ବେଳେ ତରଭୂଜ, ଫୁଲକୋବି, ଭେଣ୍ଡି ଏବଂ ଟମାଟୋ ପଞ୍ଚମ ସ୍ଥାନ ହାସଲ କରିଛି । ସେହିପରି ଜାତୀୟ ସ୍ତରରେ ଲାଉରେ ଷଷ୍ଠ ସ୍ଥାନରେ ପହଞ୍ଚିଛି ଓଡିଶା । ସେହିପରି ଓଡ଼ିଶା କଞ୍ଚା ଫଳ ଉତ୍ପାଦନରେ ଦ୍ୱିତୀୟ, ଲେମ୍ବୁରେ ପଞ୍ଚମ, ସପେତାରେ ସପ୍ତମ, ଆମ୍ବ ଏବଂ କଞ୍ଚା ଫଳରେ ନବମ ସ୍ଥାନ ଅଧିକାର କରିଛି ।
ରେ ସପ୍ତମ, ଆମ୍ବ ଏବଂ କଞ୍ଚା ଫଳରେ ନବମ ସ୍ଥାନ ଅଧିକାର କରିଛି ।
ମସଲା ଉତ୍ପାଦନେ ମଧ୍ୟ ଓଡିଶାର ରେକର୍ଡ ଭଲ ରହିଛି । ୨୦୧୯-୨୦ ରିପୋର୍ଟ ଅନୁଯାୟୀ ଓଡ଼ିଶା ଧନିଆରେ ଷଷ୍ଠ, ଚିଲିରେ ଓ କଦଳୀରେ ସପ୍ତମ ଏବଂ ରସୁଣରେ ଅଷ୍ଟମ ସ୍ଥାନରେ ରହିଛି । ୨୦୧୯-୨୦ ର କୃଷି ଫସଲ ରିପୋର୍ଟ ଅନୁଯାୟୀ ଓଡିଶା ସବୁ ପ୍ରକାର ପନିପରିବା ଉତ୍ପାଦନରେ ସପ୍ତମ ଏବଂ ସମସ୍ତ ପ୍ରକାରର ଫଳଗୁଡିକରେ ୧୧ ତମ ସ୍ଥାନରେ ରହିଥିବା ବିଭିନ୍ନ ତଥ୍ୟରୁ ଜଣାପଡିଛି ।

Related posts

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

mahabharatanews

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

mahabharatanews