ଓଡିଶା

୪୫ ଦିନ ମଧ୍ୟରେ କରୋନା ପ୍ରଭାବ କମିବ: ଡା. ସିବିକେ ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା କ୍ଷେତ୍ରରେ ଏକ ଆଶା ସଂଚାର କରିଛି । ୫୬୫ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇଛନ୍ତି ଓ ୪୨୧ ଜଣ ସଙ୍କ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛିି । ଏହାକୁ ନେଇ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଆସନ୍ତା ୩୦ରୁ ୪୫ ଦିନ ମଧ୍ୟରେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବ।
ସେ କହିଛନ୍ତି, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଆରୋଗ୍ୟ ହାର ଅଧିକ ଥିବାବେଳେ ମୃତ୍ୟୁହାର କମ । ତେଣୁ ଲୋକମାନେ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ। ଅନ୍ୟପକ୍ଷରେ ଆଜି ଗୋଟିଏ ଦିନରେ ରାଜ୍ୟରେ ୩୬ ଶହ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ୮୪ ହଜାର ୭୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨୮ ହଜାର ୭୬୩ ରହିଛି।

Related posts

ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଓଷ୍ଟାର ବିରୋଧ

mahabharatanews

ଉପ ନିବନ୍ଧକ ଅଫିସ ଦାବିରେ ଧାରଣା

mahabharatanews

ତହସିଲ କାର୍ଯ୍ୟାଳୟ ସାମନାରେ ମହିଳାଙ୍କ ଧାରଣା

mahabharatanews