ଓଡିଶା

କଲେଜ୍ ରେ ପରୀକ୍ଷା କରିବା ନେଇ ଜାରି ହେଲା ଗାଇଡଲାଇନ୍

(ନୁଆଦିଲ୍ଲୀ): ବିଶ୍ୱ ବିଦ୍ୟାଳୟ ଓ କଲେଜ୍ ରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି ହୋଇଛି । ଏଥିରେ ଦର୍ଶାଯାଇଛି ଯେ କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନଙ୍କ ପାଇଁ କଲେଜ୍ କର୍ତ୍ତୃପକ୍ଷ ମାନେ ଅଲଗା ଶ୍ରେଣୀ ଗୃହର ବ୍ୟବସ୍ଥା କରାଯିବ ।

ସେହିପରି କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ । ଉକ୍ତ ବିଶ୍ୱ ବିଦ୍ୟାଳୟ ତରଫରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ତେବେ ପରୀକ୍ଷା ଦେବା ପୁର୍ବରୁ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟକୁ ନେଇ ଅବଗତ କରାଇବେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଏବଂ ପ୍ରସ୍ଥାନ କରିବା ନେଇ କଲେଜ୍ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ଛାତ୍ରଛାତ୍ରୀଙ୍କର ଶରୀରର ତାପମାତ୍ରା ପରୀକ୍ଷା ଚେକ୍ କରି ଭିତରକୁ ଛାଡିବେ । ପ୍ରଶ୍ନ ଏବଂ ଉତ୍ତର ଖାତା ହାତରେ ଧରିବା ପୁର୍ବରୁ ହାତକୁ ଭଲ ଭାବେ ସାନିଟାଇଜ୍ କରିବେ ।

ଯେହେତୁ କରୋନା ମହାମାରୀ ମୁକାବିଲା ସମୟରେ ପରୀକ୍ଷା ଆରମ୍ଭ ହୋଇଛି ତେଣୁ ସମସ୍ତ ସଚେତନତାକୁ ଦୃଷ୍ଟିରେ ରଖି ପରୀକ୍ଷା କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ କରୋନା କଟକଣା ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ଜେଇ ଏବଂ ନିଟ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ମଧ୍ୟ ପରୀକ୍ଷା କରିବାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି

Related posts

ଦଲାଲ କବଳରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର

mahabharatanews

୧୬ରୁ ବଢିବ ବର୍ଷା

mahabharatanews

ଏନଆଇଟିରୁ ପୁଣି ୭ ପଜିଟିଭ ଚିହ୍ନଟ, ମୋଟ ୧୪

mahabharatanews