ଓଡିଶା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୬୭ ନୂତନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮କୁ ବୃଦ୍ଧି ପାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୯୬୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୦୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି ।
ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୯ ଜଣ, ବରଗଡ ଜିଲ୍ଲାରୁ ୧୨୦ ଜଣ, ଭଦ୍ରକ ଜିଲ୍ଲାରୁ ୧୩୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩ ଜଣ, ବୌଦ୍ଧ ଜିଲ୍ଲାରୁ ୪୪ ଜଣ, କଟକ ଜିଲ୍ଲାରୁ ୩୮୪ ଜଣ, ଦେଓଗଡ଼ ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୯୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୬ ଜଣ, ଯାଜପୁର ଜିଲ୍ଲାରୁ ୨୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, କନ୍ଧମାଳ ଜିଲ୍ଲାରୁ ୨୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ୫୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୫୯ ଜଣ, କୋରାପୁଟ ଜିଲ୍ଲାରୁ ୮୩ ଜଣ, ମାଲକାନଗିରି ଜିଲ୍ଲାରୁ ୧୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୫ ଜଣ, ନୟାଗଡ ଜିଲ୍ଲାରୁ ୭୦ ଜଣ, ନୂଆପଡ଼ା ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ ୨୩୫ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୯ ଜଣ, ସମ୍ବଲପୁର ଜିଲ୍ଲାରୁ ୮୦ ଜଣ, ସୋନପୁର ଜିଲ୍ଲାରୁ ୬୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୭ ଜଣ, ରହିଛନ୍ତି ।

Related posts

ବହଳଦାରୋଡ ରେଳ ଷ୍ଟେସନ ପରିସରରୁ ଉଚ୍ଛେଦ: ଚିନ୍ତାରେ ୧୩ ପରିବାର

mahabharatanews

ନିରାଡମ୍ବରରେ ପାଳନ ହେବ ସ୍ୱାଧୀନତା ଦିବସ

mahabharatanews

ବିଷାକ୍ତ ଛତୁ ଖାଇ ୧ ମୃତ, ୩ ଗୁରତର

mahabharatanews