ଓଡିଶା

ବହଳଦାରୋଡ ରେଳ ଷ୍ଟେସନ ପରିସରରୁ ଉଚ୍ଛେଦ: ଚିନ୍ତାରେ ୧୩ ପରିବାର

(ମହାଭାରତ/ରାଇରଙ୍ଗପୁର): ବାଦାମ ପାହାଡ ରେଳ ମାର୍ଗର ସଂପ୍ରସାରଣ କରାଯାଇ ବାଙ୍ଗ୍ରିପୋଷି ରେଳ ମାର୍ଗ ସହ ସଂଯୋଗ କରାଯିବାକୁ ବିଭିନ୍ନ ସମୟରେ ଦାବି ହୋଇ ଅ ।ସୁଥିବାବେଳେ ରେଳ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପର ମଞ୍ଜୁରୀ ହୋଇଥିବା ସହ ରେଳପଥର ଦୋହରୀ କରଣ ଓ ବିଦ୍ୟୁତ କରଣ କରାଯିବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଦେଖିବାକୁ ମିଳୁଛି ।
ରେଳପଥ ସଂପ୍ରସାରଣ ପ୍ରକ୍ରିୟା ସ୍ୱରୁପ ବହଳଦାରୋଡ ରେଳ ଷ୍ଟେସନ ପରିସରେ ବସବାସ କରୁଥିବା ଏବଂ ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବାକୁ ନୋଟିସ ପ୍ରଦାନ କରାଯାଇଛି । ଫଳରେ ଜୀବନ ଜୀବିକାର ଅନ୍ୱେଷଣରେ ଅ ।ସି ବହଳଦାରୋଡ ଷ୍ଟେସନ ନିକଟ ବର୍ତ୍ତି ସ୍ଥାନଗୁଡିକରେ ବସତି ସ୍ଥାପନ କରି ଏବଂ ଭଡା ସୂତ୍ରରେ ୪୦/୫୦’ ବର୍ଷ ଧରି ରହି ସଂସାରିକ ଜୀବନ ଅତିବାହିତ କରିଅ ।ସୁଥିବା ଭୂମିହିନ ଲୋକଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି । ନିଜ ଭିଟାମାଟି ଛାଡି ୨/୩’ ପିଢିରୁ ଏଠାରେ ଜନ୍ମ ଗ୍ରହଣ କରି ଏଠିକାର ବାସିନ୍ଦା ପାଲଟିଥିବା ବେଳେ ଉଚ୍ଛେଦ କରାଗଲେ ଛୁଅ ।ପିଲା ପରିବାରକୁ ନେଇ କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି ପାଖାପଖି ୧୩’ ପରିବାର ଚିନ୍ତାରେ ଅଛନ୍ତି । ଉଚ୍ଛେଦ ହେବାକୁ ଥିବା ରେଲୱେ ପରିସର ମଧ୍ୟରେ ବସତି ସ୍ଥାପନ କରି ରହୁଥିବା ଏବଂ ଭଡା ସୂତ୍ରରେ ରହୁଥିବା ଭୂମିହୀନ ପରିବାର ବର୍ଗର ଲୋକେ ଏକତ୍ରୀତ ହୋଇ ଝରାଡିହି ରାଜସ୍ୱ ନିରୀକ୍ଷକ ଏବଂ ବହଳଦା ତହସିଲରେ ସରକାର’ଙ୍କ ପକ୍ଷରୁ ଘରତୋଳିବାକୁ ଜମି ପ୍ରଦାନ କରାଯିବାକୁ ଲିଖିତ ଭାବେ ଦାବି ଜଣାଇଛନ୍ତି । ଜମି ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ ଯୋଜନାରେ ଅ ।ବଶ୍ୟକ କାଗଜ ପତ୍ର/ପ୍ରମାଣ ପତ୍ର ତିଅ ।ରି ହୋଇ ନ ପାରିବାରୁ ଏହି ପରିବାର ଗୁଡିକ ବଭିନ୍ନ ସରକାରୀ ଯୋଜନା ଗୁଡିକରୁ ବଞ୍ଚିତ ହେଉଥିବା ବେଳେ ପିଲାମାନେ ପାଠପଢା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏହି ସମସ୍ୟାକୁ ନେଇ ତିରିଂ ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡା ଅ ।ଜି ଝରାଡିହି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଏବଂ ସେ ଅତିଶିଘ୍ର ରାଜସ୍ୱ ମନ୍ତ୍ରୀ’ଙ୍କୁ ଏ ସମସ୍ୟା ବିଷୟରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Related posts

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

mahabharatanews

 ଆଗାମୀ ୨୪ ଘଣ୍ଟାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

mahabharatanews

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

mahabharatanews