ଓଡିଶା

କଂଗ୍ରେସ ପକ୍ଷରୁ ରାଜରାସ୍ତା ରୋକ

(ଅଜିତ୍ ସାହୁ/ଜଳେଶ୍ୱର): ଜଳେଶ୍ୱର ଓ ଚନ୍ଦନେଶ୍ୱରକୁ ସଂଯୋଗ କରୁଥିବା ୫୬ ନମ୍ବର ରାଜ୍ୟ ରାଜପଥର ଜଳେଶ୍ୱର ହନୁମାନ ମନ୍ଦିର ନିକଟରେ ଜାତୀୟ କଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହେଉଥିବା ଜଳେଶ୍ୱର ଓ ଚାଲନ୍ତି ନିକଟରେ ଦୁଇ ଦୁଇଟି ରେଳବାଇ ଫ୍ଲାଇ ଓଭର ବ୍ରିଜ କାମରେ ଅହେତୁକ ବିଳମ୍ବ, ବ୍ରିଜ ପାଇଁ ହୋଇଥିବା ଆପରଚ ରୋଡର ଅବ୍ୟବସ୍ଥା, ନିମ୍ନ ମାନର କାମ ଆଦିକୁ ଵିରୋଧ କରି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ରାସ୍ତା ରୋକ କରାଯାଇଥିଲା। ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଓଭରବ୍ରିଜ କାମକୁ ତ୍ୱରାନ୍ୱିତ କରାଯିବ ଓ ଆପ୍ରଚ ରୋଡ଼କୁ ସ୍ଥାୟୀ ମରାମତି ସହିତ କଂଗ୍ରେସ ଓ ବିଭାଗ ପକ୍ଷରୁ ମିଳିତ ଭାବେ କାମର ତଦାରଖ କରାଯିବାର ନିଷ୍ପତ୍ତି ହେବା ପରେ ରାସ୍ତାରୋକ ଉଠିଥିଲା।

Related posts

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତବାର୍ଷିକ ପାଳନ ଉପଲକ୍ଷେ “ଏକତା ପଦଯାତ୍ରା” ପ୍ରସ୍ତୁତି ବୈଠକ

mahabharatanews

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

mahabharatanews