ଓଡିଶା

କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘଟଣାରେ ବିଜେପି ପକ୍ଷରୁ ଧାରଣା

(ଜୟନ୍ତ କୁମାର ସେଠୀ/କାକଟପୁର): ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବହୁ ଚର୍ଚ୍ଚିତ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନିର୍ୟ୍ୟାତନା ଓ ଧମକ ଘଟଣାରେ ତେଜିଛି ରାଜନୀତି । ଯାହାକୁ ନେଇ ଆଜି ପୂର୍ବାହ୍ନ ରେ ବିଜେପି ପକ୍ଷରୁ କାକଟପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି। ପ୍ରଥମେ ବିଜେପିର କିଛି ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି କାକଟପୁର ଥାନା ସମ୍ମୁଖରେ ପହଞ୍ଚିଥିଲେ । ପରେ ସେଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ ନାୟକଙ୍କ ଗିରଫ ଦାବିରେ ନାରାବାଜି କରି ଥାନା ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ। ଗତ କିଛି ଦିନ ପୂର୍ବରୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଅଧକ୍ଷଙ୍କୁ ମାନସିକ ଚାପ ଓ ଧମକ ଦେଇଥିବା ଅଭିଯୋଗରେ ଅଧକ୍ଷ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ଯାହାକୁ ନେଇ ଆଜି ବିଜେପି ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇ ଆସିଛି ଏବଂ ଯଥା ଶୀଘ୍ର ମନ୍ତ୍ରୀଙ୍କୁ ଦଳରୁ ବହିଷ୍କାର କରିବା ସହ ବ୍ଲକ ଅଧକ୍ଷ ଓ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିବାଦ କରାଯାଇଛି।

Related posts

ଟାଣି ନେଇଥିଲା କୁମ୍ଭୀର, ମିଳିଲା ମହିଳାଙ୍କ ମୃତଦେହ

mahabharatanews

ରାଜ୍ୟରେ  ଗତ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ମୃତ୍ୟୁ

mahabharatanews

ରଥଯାତ୍ରାରେ ସାମିଲ ସବୁ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ

mahabharatanews